ଅକ୍ଟୋବର ୨୪ରୁ ୪୧ତମ ରାଜ୍ୟ ଦନ୍ତରୋଗ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଅକ୍ଟୋବର ୨୪ରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ସମ୍ମିଳନୀ କକ୍ଷରେ ୪୧ତମ ରାଜ୍ୟ ଦନ୍ତରୋଗ ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଇଣ୍ଡିଏନ ଡେଣ୍ଟାଲ୍ ଏସୋସିଏସନ ବଲାଙ୍ଗିର ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବଲାଙ୍ଗିରରେ ପ୍ରଥମ ଥର ହେବାକୁ ଥିବା ଏହି ସମ୍ମିଳନୀର ଦ୍ୱିତୀୟ ଦିନ ୨୫ ତାରିଖ ସନ୍ଧ୍ୟାରେ ଭୀମ ଭୋଇ ମେଡିକାଲ କଲେଜ ଡିନ ଡା. ସ୍ୱୟଂପ୍ରଭା ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦଘାଟନ କରିବେ । ୨୪ ତାରିଖ ପ୍ରାକ ସମ୍ମିଳନୀରେ ଦେଶର ବରିଷ୍ଠ ଦନ୍ତରୋଗ ବିଶେଷଜ୍ଞ ଡା ଭିକେ କ୍ରୀଷ୍ଣା ଯୋଗଦେଇ ଦନ୍ତ ରୋଗ ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳ ଉପରେ ଉଦବୋଧନ ଦେବେ । ଯାହା ଅଂଚଳରେ ଦନ୍ତ ଚିକିତ୍ସାକୁ ନୂତନ ଦିଗଦର୍ଶନ ଦେବ । ଏହି ସମ୍ମିଳନୀରେ ସାରା ରାଜ୍ୟରୁ ପ୍ରାୟ ୩୦୦ ପ୍ରତିଯାଗୀ ଭାଗ ନେବେ ବୋଲି ସଂଗଠନ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଶାଖାର ସାଂଗଠନିକ ଅଧ୍ୟକ୍ଷ ଡା. ଆକାଶ ଜୈନ, ସହ ଅଧ୍ୟକ୍ଷ ଡା. ଅଭିଷେକ ନାୟକ, ସହ ଅଧ୍ୟକ୍ଷ ଶ୍ରେୟସ ପାଣୀଗ୍ରାହୀ, ସଂପାଦକ ଡା. ଯଶବୀର ମେହେର, କୋଷାଧ୍ୟକ୍ଷ ଡା. ପଞ୍ଚଜନ୍ୟ ପଣ୍ଡା ଓ ମିଡିଆ କମିଟି ଅଧ୍ୟକ୍ଷ ଡା. ଗୀତା ପାଢି ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.