ଡିଆଟନ ଗାଁରେ ମହାଗୁରୁ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ନିକଟସ୍ଥ ଡିଆଟନ ଗାଁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ରୁନାଲତା ପଟ୍ଟାୟତଙ୍କ ଆହ୍ୱାନ କ୍ରମେ ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ମହାଗୁରୁ ସମ୍ମାନିତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ପୁରସ୍କାର ପ୍ରାପ୍ତ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ମହାଗୁରୁ ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ଡ଼ଃ ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ଜ୍ଞାନମନ୍ଦିର ପ୍ରତିଷ୍ଠାତା ଗୀତାଞ୍ଜଳି ଭୋଇ ଉପସ୍ଥିତ ଥିଲେ । ଏହି ସଭାରେ ମହାଗୁରୁ ହେଲେ ଭକ୍ତପ୍ରସାଦ ପାଢ଼ୀ, ଅବିନ କିଶୋର ରଥ, ଡ଼ଃ ନାରାୟଣ ମିଶ୍ର, ବୃନ୍ଦାବନ କୁମ୍ଭାର, ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ସୁସ୍ଵାଗତ କରି ମହାଗୁରୁ ମାନଙ୍କ ଆଶୀର୍ବାଦ ନେଇଥିଲେ । ସଭାକୁ ପରିଚାଳନା କମିଟିର ସଦସ୍ୟ ଲମ୍ବୋଦର ଆଡ଼ଜୁଆଡ଼, ନରୋତ୍ତମ ଦେହୁରୀଙ୍କ ସହ ସ୍କୁଲର କର୍ମଚାରୀ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.