ଟିଟିଲାଗଡ ସରକାରୀ ଡାକ୍ତରଖାନାର ୧୦ ଜଣଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ସରକାରୀ ଡାକ୍ତରଖାନାର ୧୦ ଜଣ କର୍ମଚାରୀଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଛି । ମେଡ଼ିକାଲ ଅଫିସର ଡ଼ା. ଓଁକାର ହୋତା, ଲବ୍ରୋଟରୀ ଟେକନିସିଆନ ନାରାୟଣ ସେଠୀ, ଷ୍ଟାଫ ନର୍ସ ତିଳୋତ୍ତମା ସାହୁ, ଫାର୍ମାସିଷ୍ଟ କଲ୍ୟାଣ କୁମାର ବୋଷ, ଏମପିଏଚ୍‌ଡବ୍ଲୁ ବିନୋଦ କୁମାର ସାହୁ, ସେକ୍ୟୁରୀଟି ହେମନ୍ତ ଚନ୍ଦନ, ହାଉସ କିପିଂ ଷ୍ଟାଫ୍ ଗଜେନ୍ଦ୍ର ବିଶି, ହେଲ୍ପ ଡେସ୍କ ବଳରାମ ବେହେରା, ଆଟେଣ୍ଡେଣ୍ଟ ବିରେନ୍ଦ୍ର ମେହେର, ଏସଏସଏମ ଟି ସି ଅମିତ୍ କୁମାର ନାଗ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରାଯାଇଛି । କରୋନା କାଳରେ ସରକାରୀ ଡାକ୍ତରଖାନାର ସମସ୍ତ ସଦସ୍ୟ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିଥିବାରୁ ଉପ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଇଛନ୍ତି । କରୋନା ସମୟରେ ରୋଗୀ ମାନଙ୍କ ସହ ସିଧାସଳଖ ଜଡ଼ିତ ରହି ସେମାନଙ୍କ ସେବା ଓ ଦେଶର ସେବା କରିଥିବାରୁ ସେମାନଙ୍କୁ ପ୍ରକୃତ କରୋନା ଯୋଦ୍ଧା କୁହାଯାଇଥିବା କହିଛନ୍ତି ।

Leave A Reply

Your email address will not be published.