shyamal

ସନ୍ତୋଷ କୁମାର ମହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହେଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଅଞ୍ଚଳର ଜଣେ ଉଚ୍ଚ କୋଟିର ପ୍ରତିଭା ସନ୍ତୋଷ କୁମାର ମାହାପାତ୍ର ଭାରତୀୟ ବ୍ୟକ୍ତିଗତ ଉତ୍କର୍ଷ ଆୱାର୍ଡରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି । ଯାହାକୁନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ବିଧାୟକ ଅନନ୍ତ ନାରାୟନ ଜେନା ସି. ଭି. ରମଣ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର ପରିଡା ଯୋଗଦେଇ ରାଜ୍ୟ ମୁଖ୍ୟ ଜେ.କେ.ଏ ଇଣ୍ଡିଆ ଓଡିଶା ଜାକାଇ ନେସନାଲ ଗୋଲଡ଼ ମେଡାଲିଷ୍ଟ ଶ୍ରୀ ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ । ୨୦୦୨ ମସିହାରେ ରାଉରକେଲା କରାଟେ ଶିକ୍ଷା ଗ୍ରହଣ କରିବା ସହ ଏକାଧିକ ବ୍ଲାକବେଲ୍ଟ ପାଇଛନ୍ତି । ୨୦୦୮ ମସିହାରେ ଭୁବନେଶ୍ୱରରେ କରାଟେ ରାଜ୍ୟ ମୁଖ୍ୟ ହିସାବରେ ପ୍ରତିଷ୍ଠାନ ଆରମ୍ଭ କରି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି । ଭୁବନେଶ୍ୱରରେ ଏକ କରାଟେ ସ୍କୁଲରେ ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ।

purusottam
Leave A Reply

Your email address will not be published.