oom

ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସବ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ ‘ଆଶା ଇକବାଲ’ ଜାତୀୟ ସମ୍ମାନରେ ସମ୍ମାନିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ସମ୍ବାଦିକ ସଂଘର ରାଜ୍ୟ ସବ କମିଟି ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ ‘ଆଶା ଇକାବାଲ’ ଜାତୀୟ ମହିଳା ସମ୍ବାଦିକ ସମ୍ମାନରେ ସମ୍ମାନି ପ୍ରଦାନ କରାଯାଇଥିବା ଜଣାପଡିଛି । ଗତ ୨୭ ତାରିଖରେ ଛତିଶଗଡ ରାଜ୍ୟର ରାୟଗଡ଼ ସେକ୍ଟର-ୱାନ ନେହେରୁ ସାଂସ୍କୃତିକ ଭବନରେ ସ୍ଥାନୀୟ ଦୁର୍ଗ ଲୋକସଭା ସାଂସଦ ବିଜୟ ବାଘେଲ ଓ ଧର୍ମପତ୍ନୀ ବାଘେଲ, ବୈଶାଳୀ ନଗର ବିଧାୟକ ରିକେଂଶ ସେନ ଓ ଛତିଶଗଡ଼ ଶ୍ରମଜୀବୀ ପତ୍ରିକାର କଲ୍ୟାଣ ସଂଘର ମହା ରାଜ୍ୟ ସଚିବ ବଦରୁଦିନ ନିଜାମ ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ୫ଟି ରାଜ୍ୟରୁ ୮ ଜଣ ମହିଳା ସାମ୍ବାଦିକଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ଟ୍ରଷ୍ଟର ମୁଖ୍ୟ ଆସିଫ ଇକବାଲ ନିଜ ସ୍ୱର୍ଗୀୟ ଧର୍ମପତ୍ନୀ ଆଶା ଇକବାଲଙ୍କ ଶୃତିରେ ଦୀର୍ଘ ୧୩ ବର୍ଷ ହେଲା ନିରନ୍ତର ଭାବେ ସ୍ୱର୍ଗୀୟ ମୁକେଶଙ୍କ ଜନ୍ମ ଦିବସ ଅବସରରେ ଏହି ମହିଳା ସମ୍ମାନ ସମାରୋହ କରିଆସୁଥିବା ସୂଚନା ଦେଇଥିଲେ । ମିଡ଼ିଆ ଗ୍ରୁପ (ଭିଲାଇ ଦୁର୍ଗ) ଏବଂ ଏସ୍‌ଆର୍‌ଜି (ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଡ)ର ମିଳିତ ଉପସ୍ଥାପନା ଇସ୍ପାତ ନଗରୀ ବରିଷ୍ଟ ସମ୍ବାଦିକ ବିଡି ନିଜାମ ଏବଂ ତାଙ୍କ ସହକର୍ମୀ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ସୂଚନା ଥାଉକି ସୁଶ୍ରୀ ବିଜୟଲକ୍ଷ୍ମୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ନିପାଟ ମଫସଲ ଗ୍ରାମ ବଡ଼ ଚକଡା ଗ୍ରାମର କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଓ ନମିତା ମହାଙ୍କୁଡ଼ଙ୍କ କନ୍ୟା ଅଟନ୍ତି । ସେ ୨୦୧୭ ମସିହାରେ ଜାତୀୟ ଯୁବ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଶ୍ରେଷ୍ଠ ଜାତୀୟ ସ୍ୱେଚ୍ଛାସେବୀ ଭାବେ ଦିଲ୍ଲୀରେ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ୨୦୨୦ରେ ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସାମିଲ କରି ଗଞ୍ଜାମ ପ୍ରେସ କ୍ଲବ ଉପସଭାପତି ସହ ରାଜ୍ୟ ମହିଳା ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି । ସମାଜସେବା ଓ ପରିବେଶ ସୁରକ୍ଷା ଓ ଯୁବ ବିକାଶ କ୍ଷେତ୍ରରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଯାହାକୁ ନେଇ ଚଳିତ ବର୍ଷ ମହିଳା ସମ୍ବାଦିକ ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏନେଇ ଓଡିଶା ସାମ୍ବାଦିକ ସଂଘ ସଭାପତି ଶଶିଭୂଷଣ ପ୍ରହରାଜଙ୍କ ସହ ସଂଘ ରାଜ୍ୟ ଓ ଜିଲ୍ଲାର କତ୍ତୃପକ୍ଷ ଓ ସଦସ୍ୟ ମାନଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଚୁଟିବାରେ ଲାଗିଛି ।

jittmm
Leave A Reply

Your email address will not be published.