oom

ଆଶା ଦିଦି କେ.ଯମୁନା ରେଡ୍ଡୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ମାନରେ ସମ୍ମାନିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଅତୁଳନୀୟ ଅବଦାନ ଆଣିଥିବା ଛତ୍ରପୁର ବ୍ଲକ୍ ବସନାପଲ୍ଲୀ ଗ୍ରାମର ଆଶା ଦିଦି କେ.ଯମୁନା ରେଡ୍ଡୀ ସ୍ୱାସ୍ଥ୍ୟସେବା ସମ୍ମାନ -୨୦୨୨-୨୩ରେ ସମ୍ମାନିତ ହୋଇଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଏହି ସମ୍ମାନରେ ଆଶା ଦିଦି ସମ୍ମାନର ଅଧିକାରୀ ହୋଇଛନ୍ତି । ବ୍ରହ୍ମପୁର ଟାଉନ ହଲ୍‌ରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀମତୀ ରେଡ୍ଡୀ ଏହି ସମ୍ମାନରେ ସମ୍ମାନିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ଉମା ଶଙ୍କର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡ଼ା. ଭି. ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରିଆ ବାହିତ ରୋଗ) ଡ଼ା. ଏସ୍. କେ. ପାଢ଼ୀ, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ ପଣ୍ଡା, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗୀୟ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ଆଶା ଦିଦି କେ.ଯମୁନା ରେଡ୍ଡୀଙ୍କୁ ରାଜ୍ୟ ସ୍ତରରେ ସମ୍ମାନିତ କରାଯାଇଛି ।

jittmm
Leave A Reply

Your email address will not be published.