ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଓ ନିଷ୍ଠାପରତା, ଦକ୍ଷ ପୋଲିସ ଅଧିକାରୀ ଭାବେ ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରରେ ଅବସ୍ଥାପିତ ଡିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ପବିତ୍ର ୭୬ତମ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡ଼ିଏସପି ଶ୍ରୀ ମିଶ୍ର ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି ।