
ଭବାନୀପାଟଣା : ବିଶିଷ୍ଟ ସମାଜସେବୀ ଯଶୋବନ୍ତ ରଣା ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ମହିଳା ସଶକ୍ତିକରଣ ଓ ମହିଳାଙ୍କ ଅଧିକାର ସମ୍ପର୍କରେ ବିଭିନ୍ନ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ, ଅସହାୟ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରିବା ଓ ତାଙ୍କୁ ସହାୟତା କରିବା, ଅନାଥ ଅସହାୟ ଝିଅମାନଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ପାଇବାରେ ସହଯୋଗ କରିବା ଓ କରୋନା ମହାମାରୀ ସମୟରେ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ମନୋବଳ ବଢାଇବା ପରି ଉଲ୍ଲେଖନୀୟ କାର୍ଯ୍ୟକରି ବିଭିନ୍ନ ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଚର୍ଚ୍ଚାକୁ ଆସିଥିବା ସମାଜସେବୀ ଯଶୋବନ୍ତ ରଣାଙ୍କୁ ଶନିବାର ଦିନ ରାଜ୍ୟ ମହିଳା ଆୟୋଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ଼. ମିନତୀ ବେହେରା, ଜିଲ୍ଲାପାଳ ପି. ଅନେଶ୍ୱା ରେଡ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ମହିଳା ଆୟୋଗ ସଦସ୍ୟା ସ୍ଵର୍ଣ୍ଣଲତା ସାମଲ ପ୍ରମୁଖଙ୍କ ହାତରୁ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସମ୍ମାନିତ କରିଥିଲେ । ଶ୍ରୀ ରଣା ସମ୍ମାନିତ ହେବା ଖବର ଶୁଣି ଜିଲ୍ଲା ତଥା ଜିଲ୍ଲା ବାହାରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।