oom

‘ନବୀନ’ର ବିଷୁବ ମିଳନ ଉତ୍ସବରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ମାନ ପାଇଁ ନିଷ୍ପତ୍ତି

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡିଶାର ସର୍ବ ପୁରାତନ ସାପ୍ତାହିକ ଖବରକାଗଜ ‘ନବୀନ’ର ୨୬ତମ ବିଷୁବ ମିଳନ ସମାରୋହ ଆଗାମୀ ମେଷ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଦିନ ଅପରାହ୍ନ ୩ଘ.୩୦ମି.ସମୟରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ ଭବନ ପରିସରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନବୀନର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ‘ନବୀନ ବିଷୁବ ସମ୍ମାନ-୨୦୨୪’ରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏକ ଚୟନ କମିଟିର ନିଷ୍ପତ୍ତି ପ୍ରକାରେ ସମାଜସେବୀ ତଥା ବରିଷ୍ଠ ଶିକ୍ଷାବିତ୍‌ କାମରାଜୁ ମହାରଣା, ଗଞ୍ଜାମର ଲୋକକଳା ଗୁରୁ ସନ୍ତୋଷ କୁମାର ପାଢୀ(ଭାରତ ଲୀଳ), ଅନ୍ୟତମ ଗୁରୁ ଗୋକୁଳାନନ୍ଦ ପ୍ରଧାନ (ପ୍ରହଲ୍ଲାଦ ନାଟକ), ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ ଓ ସାମ୍ବାଦିକ ତଥା ଆଇନଜୀବୀ ସତ୍ୟନାରାୟଣ ବେହେରାଙ୍କୁ ସମ୍ମାନିତ କରାଯିବ । ଏହି ବୈଠକରେ ସାଧାରଣ ସଂପାଦକ ସୁଶାନ୍ତ କୁମାର କର, ଇଂ. ମାନସ ରଂଜନ ତ୍ରିପାଠୀ, ଶିକ୍ଷାବିତ୍‌ ରଂଜନ କୁମାର ସାହୁ, କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍‌ ଅଶୋକ କୁମାର ଦଳାଇ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.