ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସୁନ୍ଦରଗଡ଼ ଜିଲ୍ଲାର ଟେନସାରୁ ପ୍ରକାଶିତ ଶିଶୁ କିଶୋର ପତ୍ରିକା ଶୁଆଶାରୀ ପତ୍ରିକାର ରୌପ୍ୟ ଜୟନ୍ତୀ ସମାରୋହ ଟେନସା ସୋସିଆଲ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ କୋଇଡା ବିଡ଼ିଓ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ମୁଣ୍ଡା ଶିଶୁ ସାହିତ୍ୟର ଗୁରୁତ୍ଵ ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରତ୍ୟେକ ଅଭିଭାବକ ଶିଶୁମାନଙ୍କୁ ନିୟମିତ ଭାବେ ପତ୍ରପତ୍ରିକା ପଢିବାକୁ ଦେବା ଉଚିତ୍ । ପିଲାବେଳୁ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲେ ଆମ ଭାଷା ସାହିତ୍ୟ ଦୀର୍ଘ ଦିନ ଧରି ସମୃଦ୍ଧ ରହିପାରିବ ଓ ଶିଶୁ କିଶୋର ପତ୍ରିକାମାନ ବଞ୍ଚି ରହିବ । ଅନ୍ୟତମ ସମ୍ମାନିତ ଅତିଥି ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନା ସମସ୍ତ ଅଭିଭାବକମାନେ ପତ୍ରିକା ଖଣ୍ଡେ କିଣି ପିଲାମାନଙ୍କୁ ଦେଲେ ପତ୍ରିକାଟିଏ ଦୀର୍ଘ ବର୍ଷ ଧରି ଶିଶୁଙ୍କ ସେବାରେ ରହି ପାରିବ ବୋଲି ମତ ଦେଇଥିଲେ । ଦୀର୍ଘ ବର୍ଷ ଧରି ଶିଶୁ ସାହିତ୍ୟ ରଚନା କରିବା ସହ ଶିଶୁ ପତ୍ରିକା ଟିକି କାଇଁଚ ପ୍ରକାଶନ କରିବା ପାଇଁ ଶ୍ରୀ ଦଣ୍ଡସେନାଙ୍କୁ ଶୁଆଶାରୀ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ ଉତ୍ସବରେ ସମୀର କୁମାର ପାଢ଼ୀଙ୍କ ସମ୍ପାଦିତ ଶିଶୁ ପତ୍ରିକା ଶୁଆଶାରୀ ଉନ୍ମୋଚିତ ହୋଇଥିଲା ।