ତୁଷୁରା, (କେପିଏନ୍ଏସ୍) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚାୟତ ମହାବିଦ୍ୟାଳୟ ବେଲପଡା ଠାରେ ରାଜ୍ୟ ସ୍ତରୀୟ ପବିତ୍ର ଗୁରୁ ଦିବସ ଓ ନୂଆଁଖାଇ ଭେଟ୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରାଜ ନାରାୟଣ ମେହେର, ମୁଖ୍ୟବକ୍ତା ବାଗ୍ମୀ ରାଜମଣି ସାହୁ, ସଭାପତି ସୁରେଶ ଚନ୍ଦ୍ର ମେହେର, ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସଭାପତି ଡ଼ା. ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ଝସକେତନ ଗୁରୁ, ସମ୍ପାଦକ ଡକ୍ଟର ନବକିଶୋର ବେହେରା, ଯୁଗ୍ମ ସମ୍ପାଦକ ଦୁର୍ବାଦଳ ଘିବେଲା, ଛାତ୍ର ପ୍ରତିନିଧି ଡ. ଗୋବର୍ଦ୍ଧନ ନାୟକ ମଞ୍ଚ ମଣ୍ଡନ କରିଥିଲେ । ଦ୍ୱିତୀୟ ଅଧିବେଶନର ମୁଖ୍ୟ ଅତିଥି ଡ଼. ଗୋବର୍ଦ୍ଧନ ନାୟକ, ସଭାପତି ଡ଼. ଭବାନୀ ଶଙ୍କର ପଟେଲ, ମୁଖ୍ୟବକ୍ତା ସନ୍ଦୀପ କୁମାର କୁଅଁର ଓ ସମ୍ମାନିତ ଅତିଥି କବି ମଧୁସୂଦନ ଦାଶ ତୁଷୁରାର ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କୁ ଚଳିତ ବର୍ଷର ଅନୁଷ୍ଠାନର ମର୍ଯ୍ୟାଦା ଜନକ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ । ଡ. ଦାଶ ଏକାଧାରରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଲେଖକ, ବାଗ୍ମୀ, କବି, ଗାଳ୍ପିକ ଓ ନାଟ୍ୟକାର ଭାବେ ସମଗ୍ର ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା । ଏ ଖବର ଶୁଣି ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।