ସିର୍‌ଜିନା ସମ୍ମାନ ପାଇବେ ବିଶିଷ୍ଟ କବି ହେମନ୍ତ ଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିରଜିନା କାର୍ଯ୍ୟାଳୟରେ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୋବିନ୍ଦ ପାଣିଗ୍ରାହୀଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୂପେ ଗ୍ରହଣ କରାଯାଇଛି । ଆସନ୍ତା ମାସ ଅଗଷ୍ଟ ଏକ ତାରିଖ ମଙ୍ଗଳବାର ଦିନ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସାରା ଓଡିଶାରେ ସମ୍ବଲପୁରୀ ଦିବସ ରୂପେ ପାଲନ କରାଯାଇ ଆସୁଛି । ପ୍ରତିବର୍ଷ ଭଳି ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଏହି ବର୍ଷ ପାଇକମାଲ ବ୍ଲକ୍‌ ଖରସିବାଞ୍ଜି ଗ୍ରାମରେ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ସିରଜିନା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ କବି ହେମନ୍ତ ଦୀପ । ଏହା ବ୍ୟତୀତ କବିତା ସମ୍ମାନ ଫାଲ୍ଗୁନୀ ରଣା, ନୂଆପଡା ଗଳ୍ପ ସମ୍ମାନ କାହ୍ନୁ ଚରଣ ନାଥ, ସମ୍ବଲପୁର ସେବା ସମ୍ମାନ କୁଞ୍ଜ ବିହାରୀ ସରାଫ ଓ ଦୀପା ବାରିକ ଶିକ୍ଷା ସମ୍ମାନ କିଶୋର ପାତ୍ର, ନୂଆ ମୁହୁଁ ସମ୍ମାନ ଦୀପାଳି ମେହେର ଓ ବାଳମୁକୁନ୍ଦ ନିଆଲଙ୍କୁ ଦିଆଯିବ। ଆସନ୍ତା ଏକ ତାରିଖ ଦିନ ସମ୍ବଲପୁରୀ ପିନ୍ଧମା ସମ୍ୱଲପୁରୀ କହେମା ସମ୍ୱଲପୁରୀ ଗାଏମା ସମ୍ବଲପୁରୀ ନାଚମା ଆଉ ସମ୍ବଲପୁରୀ ଖାଏମା ବୋଲି ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଥିଲେ । ବ୍ୟଙ୍ଗ ଗଦାଧର ନିଆଲ ଓ ସଂସ୍କୃତି ରତ୍ନ କାର୍ତ୍ତିକ ବହିଦାର ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି । ଏହି ଦିନ ନୃତ୍ୟଗୀତ ଓ ନାଟକର ଆୟୋଜନ କରା ଯାଇଛି । ଏହି ବୈଠକରେ ଜିତେଶ୍ୱରୀ ଦାଶ, ଗୋବିନ୍ଦ ପାଣିଗ୍ରାହୀ, ଆଦିତ୍ୟ ରଥ, ଶଙ୍କର ଶତପଥି, ଭୀଷ୍ମ ଦେବ ସାହୁ, ସୁଶାନ୍ତ ମହାପାତ୍ର, ଆଶିଷ ପଟେଲ, ଦୀପକ ଦାଶ, ପୌଲସ୍ତ୍ୟ ସାହା, ନରୋତ୍ତମ ଦାଶ, ସିଭିଲ ମେହେର, ସୁମିତ ଘିବେଲା ପ୍ରମୁଖ ସଭ୍ୟସଭ୍ୟା ଯୋଗଦାନ କରିଥିଲେ । ଶେଷରେ ଭୀଷ୍ମ ଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.