oum

ଯୁଗଳ କିଶୋର ପଟ୍ଟନାୟକଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

jsm

ମ. ରାମପୁର, (ହେମନ୍ତ ସାହୁ) : ଓଡିଶା ରାଜ୍ୟରେ ଥିବା ପଛୁଆ, ନିଷ୍ପେସିତ, ଅବହେଳିତ ତଥା ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ତଥା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବା ଦିଗରେ ଦୀର୍ଘ ତିନି ଦଶନ୍ଧି ଧରି ନିଷ୍ଠାପର ଭାବେ କର୍ତ୍ତବ୍ୟରତ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ଯୁଗଳ କିଶୋର ପଟ୍ଟନାୟକଙ୍କୁ ‘ମ୍ୟାନ୍ ଅଫ୍ ମିଶନ୍’ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ଗ୍ରାଣ୍ଟ ହୋଟେଲରେ ଇଣ୍ଡସ୍ ଭେଲି ନିଉସ୍ ଓ ଓଡ଼ିଶା ସାମାଜିକ ଓ ଅର୍ଥନୈତିକ କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶା ଭାଇବ୍ରାଣ୍ଟ ଓଡିଶା କାନକ୍ଲେଭ-୨୦୨୩ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇଙ୍କ ସହ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଏବଂ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଓ ମଦନପୁର ରାମପୁର ଅଞ୍ଚଳର ଦୁର୍ଗମ ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ କରି ଆଜି ଓଡ଼ିଶାର ୧୫ ଗୋଟି ଜିଲ୍ଲାରେ ଗରିବ ଲୋକଙ୍କ ଜୀବନ ଜୀବିକାର ଚିରନ୍ତନ ବିକାଶ ଦିଗରେ ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ କାର୍ଯ୍ୟରତ ତାଙ୍କର ଏହି ଅଭିଯାନ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ଯୋଗାଇବ । ଏହି ସଫଳତା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ସ୍ଥାନୀୟ ଜନସାଧାରଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.