ବିଜେପୁର ମାଟିର ଗର୍ବ ଏବଂ ଗୌରବଙ୍କୁ ମିଳିଲା ଉପଯୁକ୍ତ ସମ୍ମାନ : ‘ମାଟିର ଗୈାରବ ସମ୍ମାନ’ରେ ସମ୍ମାନୀତ ହେଲେ ଶିକ୍ଷକ ତଥା ସମାଜସେବୀ ଦିବସ କୁମାର ସାହୁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଃସ୍ୱାର୍ଥପର ସେବାକୁ ନିଜ ଜୀବନର ବ୍ରତ ଭାବି ଅନବରତ ଭାବେ ସମାଜର କଲ୍ୟାଣ ପାଇଁ ଲୋକଙ୍କ ସେବାରେ ନିଜକୁ ନିଯୁକ୍ତ କରୁଥିବା ବ୍ୟକ୍ତି ହିଁ ହେଉଛି ପ୍ରକୃତରେ ସମାଜସେବୀ । ଆଜିକାର ଏହି ସ୍ୱାର୍ଥପର ଦୁନିଆରେ ଏଭଳି ବ୍ୟକ୍ତିତ୍ୱ କ୍ଵଚିତ ଦେଖାଯାନ୍ତି ସେଥିମଧ୍ୟରୁ ଜଣେ ହେଉଛନ୍ତି ଦିବସ କୁମାର ସାହୁ । ସେହିଭଳି ଏକ ପ୍ରତିଭାଂକୁ ସମ୍ମାନ ଜଣେଇ ସମ୍ମାନିତ କରିଛନ୍ତି ବରଗଡ଼ ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ‘ମଧୁମୟ କଳା ସଙ୍ଗଠନ’ । ବରଗଡ଼ ମିଳନ ମଣ୍ଡପରେ ଆୟୋୟିତ ହୋଇଥିବା ସମ୍ବର୍ଦ୍ଧନା ସଭା ଏବଂ ଆଲୋଚନା ଚକ୍ରରେ ଦିବସଙ୍କ ସମାଜ ପ୍ରତି ଥିବା ଅଦ୍ଵିତୀୟ ଅବଦାନ ପାଇଁ ତାଙ୍କୁ “ମାଟିର ଗୌରବ ସମ୍ମାନ” ରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଦିବସଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ । ବୃତ୍ତିରେ ସେ ଜଣେ ଶିକ୍ଷକ ହୋଇଥିଲେ ହେଁ ନିଜକୁ କେବଳ ଶିକ୍ଷାକତାରେ ସୀମିତ ନ ରଖି ସେ ସମାଜସେବାକୁ ବ୍ରତ ଭାବେ ପାଳନ କରିଆସୁଛନ୍ତି । ତାଙ୍କ ସହାୟତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହଜାର ହଜାର ଲୋକେ ସରକାରୀ ସହାୟତା ପାଇବାରେ ସକ୍ଷମ ହୋଇପାରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ପାଇଁ ପୂର୍ବରୁ ଅନେକ ଥର ସଙ୍ଘର୍ଷ କରି ସଫଳତା ଲାଭ କରିଥିବାରୁ କରୋନା ମହାମାରୀ ସମୟରେ ତାଙ୍କର ଅନୁଭବ ଏବଂ ଅନୁଭୂତି କାମକୁ ଆସିଲା । ଲକଡାଉନ ପରେ ଅନେକ ପ୍ରବାସୀ ଶ୍ରମିକ ଅସୁବିଧାରେ ପଡିଥିବା ଖବର ଜାଣି ତାଙ୍କୁ ସହାୟତା ଯୋଗେଇଦେବାକୁ ସକ୍ଷମ ହେଲେ । ଅନବରତ ଭାବେ ଲୋକେ ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଆସୁଥିଲେ ଏବଂ ସେ ତାଙ୍କୁ ସେଠାକାର ସ୍ଥାନୀୟ ସରକାର ଏବଂ ଓଡ଼ିଶା ସରକାର ମାଧ୍ୟମରେ ସହଯୋଗ ଯୋଗେଇଦେଇ ଆସୁଥିଲେ । ସେ ତାଙ୍କ ଟ୍ୱିଟର ପ୍ଲାଟଫର୍ମ ବ୍ୟବହାର କରି ଏବଂ ଭାରତରେ ଅନେକ ଦାଦନ ଶ୍ରମିକ ମାନଙ୍କୁ ଓଡିଶାକୁ ଆଣିଛନ୍ତି । ସେ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସହ ଫୋନ୍ କିମ୍ବା ଟ୍ୱିଟର ମାଧ୍ୟମରେ ସଂଯୋଗ କରି ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଶ୍ରମିକଙ୍କ ବିବରଣୀ ପଠାଇବା ସହିତ ଏଠାରେ ଓଡ଼ିଶାରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ବ୍ୟବସ୍ଥା କରିଥିଲେ । ସେ କୌଣସି ସ୍ଵାର୍ଥ ନ ରଖି ଅନବରତ ଭାବେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ସେବା ଯୋଗେଇଦେଇଅସୁଛନ୍ତି । ସେ ଜଣେ ସାମାଜିକ କର୍ମୀ ଭାବରେ ଏପରି ସେବା କରନ୍ତି ଯାହା ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ସ୍ମରଣୀୟ ଏବଂ ପ୍ରେରଣା ଅଟେ । ଏହି ମହାମାରୀ ଆରମ୍ଭରୁ ସେ ତାଙ୍କର ସାମାଜିକ ଗଣମାଧ୍ୟମ ବ୍ୟବହାର କରିଥିଲେ ଏବଂ ବିଭିନ୍ନ ଭାରତରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ହଜାର ହଜାର ଶ୍ରମିକଙ୍କୁ ସାହାଯ୍ୟ କରିଥିଲେ । ସେ ତେଲେଙ୍ଗାନା ଫସି ରହିଥିବା ଅତିଥି ଶ୍ରମିକମାନଙ୍କ ପାଇଁ ତିନି ମାସର ଖାଦ୍ୟ ବ୍ୟବସ୍ଥା କରିଥିଲେ । ଅନେକ ସମୟରେ ସରକାରୀ ସୁବିଧା ପହଞ୍ଚାଇ ନ ପାରିଲେ ନିଜ ପକେଟରୁ ମଧ୍ୟ ଖର୍ଚ୍ଚ କରିଥିଲେ ଏବଂ ଆକାଉଣ୍ଟ ମାଧ୍ୟମରେ ପଇସା ପଠେଇ ସହାୟତା କରିଥିଲେ । କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ ସମେତ ପ୍ରାୟ ୨୦ଟି ରାଜ୍ୟ ସରକାର ସହ ସେ ଯୋଗାଯୋଗ ସ୍ଥାପନ କରି ଓଡ଼ିଶାର ପ୍ରାୟ ୪ ହଜାର ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲେ । ସେଥିମଧ୍ୟରୁ ତାମିଲନାଡୁରୁ ଗୋଟିଏ ଟ୍ରେନରେ ଭୁଲବଶତଃ ଏକ ହଜାର ଓଡ଼ିଆ ଶ୍ରମିକଙ୍କୁ ବିହାର ନେଇଯାଉଥିବା ଜାଣିବା ପରେ କେନ୍ଦ୍ର ରେଳବିଭାଗ କୁ ଯୋଗଯୋଗ କରି ସୁରକ୍ଷିତ ଭାବେ ଓଡିଶାକୁ ଫେରାଇ ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଓଡିଶା ଭିତରେ ଫସିଥିବା ଅନ୍ୟ ରାଜ୍ୟର ପ୍ରାୟ ୧୦୦ ଜଣ ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ଦିବସ ତାଙ୍କ ରାଜ୍ୟକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମ ରେ ଚର୍ଚାକୁ ଆସିବାକୁ ପସନ୍ଦ କରୁନଥିବାରୁ ଅନେକ ଲୋକେ ତାଙ୍କ ବିଷୟରେ ଅବଗତ ନାହାନ୍ତି ।
ଦିବସଙ୍କ ମତରେ ବର୍ତ୍ତମାନ ସମୟରେ ଲୋକେ ଲୋକଙ୍କୁ ସହାୟତା କରୁନଥିବାରୁ ସମସ୍ୟା ମାନେ ବଢିଚାଲୁଚି ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସହାୟତା ପାଇଁ ହାତ ବଢାନ୍ତେ ତେବେ ସମାଜର ଉନ୍ନତି ସାଧିତ ହୁଅନ୍ତା ଏବଂ ସମାଜରେ ଭାଇଚାରା ର ବାର୍ତା ପ୍ରସାରିତ ହୁଅନ୍ତା. ବସ୍ତାବିକ ଦିବସ ବର୍ତ୍ତମାନ ସମାଜର ସମସ୍ତ ଗୋଷ୍ଠୀଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ପ୍ରେରଣାର ଉତ୍ସ ସାଜିଛନ୍ତି ।