om academy

ହୃଷୀକେଶ ପାଢୀଙ୍କୁ ‘ସବୁଜ ଡେଲାଙ୍ଗ ସମ୍ମାନ’

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲିପ୍ସା ଏଜୁକେସନାଲ୍‌ ଟ୍ରଷ୍ଟ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ, ପୁରୀ ତରଫରୁ ପବିତ୍ର ଗୁରୁ ଦିବସରେ ପୂଜ୍ୟପୂଜା ସମ୍ମାନ ପ୍ରଦାନ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ସଭାଗୃହରେ ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୋଳକଣା ଗ୍ରାମର ପରିବେଶ ପ୍ରେମୀ ତଥା ‘ଗଛ ହସିଲେ ଜଗତ ହସେ ପୁସ୍ତକ’ର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ ମୁଖ୍ୟ ଅତିଥି ଶିକ୍ଷାବିତ୍‌ ବଳଭଦ୍ର ବରେଇ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ମାନିତ ଅତିଥି ସମାଜସେବୀ ଗାନ୍ଧୀତତ୍ୱ ପ୍ରଚାରକ ଅନାମ ମଲ୍ଲିକ, ସଭାପତି ପୁର୍ନେନ୍ଦୁ ପ୍ରଧାନ, ସଂପାଦକ ଶ୍ୟାମଳିମା ରାଉତ, ଆସୋସିଏସନ ଫର୍‌ ସୋସିଆଲ ଆୱାରନେସ ସଭାପତି ପ୍ରିୟବ୍ରତ ପ୍ରଧାନ ଶ୍ରୀଯୁକ୍ତ ପାଢ଼ୀଙ୍କର ପରିବେଶ ସୁରକ୍ଷା କାର୍ଯ୍ୟର ଆଲୋକପାତ କରି ଜନସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀଙ୍କର ‘କୁମୁକାରୁ ଐତିହ୍ୟ ବକୁଳବନ ସୁରକ୍ଷା’ ବ୍ୟାନରକୁ ଅତିଥିମାନେ ପ୍ରଦର୍ଶନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ, ଶ୍ରୀଯୁକ୍ତ ପାଢ଼ୀ ଚଳିତ ବର୍ଷ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପାଇଁ ରାଜ୍ୟ ସରକାରଙ୍କ ଠାରୁ ‘ପ୍ରକୃତି ମିତ୍ର’ ପୁରସ୍କାର ଗ୍ରହଣ କରି ଡେଲାଙ୍ଗ ପାଇଁ ଗୌରବ ଆଣିଦେଇଛନ୍ତି ।

Leave A Reply

Your email address will not be published.