om academy

ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ

jsm

ଧାମନଗର : ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ କାଦମ୍ବିନୀର ୨୩ତମ ବାର୍ଷିକ ଉତ୍ସବରେ ୨୦୨୦ ମସିହା ପାଇଁ ସମ୍ମାନଜନକ କାଦମ୍ବିନୀ ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, କିସ୍‌ ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟ ଏସ. ତ୍ରିପାଠୀ, ସାଂସଦ ଅଚ୍ୟୁତ ସାମନ୍ତ ଓ ସଂପାଦିକା ଇତି ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ୧୪ଟି ଗଳ୍ପ ସଂକଳନ, ୩ଟି ଉପନ୍ୟାସ ସମେତ ପ୍ରାୟ ୪୦ଟି ପୁସ୍ତକର ସ୍ରଷ୍ଟା ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଗଳ୍ପ ପୁରସ୍କାର ସମେତ ୨୦ରୁ ଅଧିକ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି । ଏହି ପୁରସ୍କାର ପ୍ରାପ୍ତି ପାଇଁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.