ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ କଲେ ରାଉରକେଲା ଭିଜିଲାନ୍ସ ଏସପି । ଯନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ତ୍ରୀ, ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବଙ୍କ ନାମରେ ବେଆଇନ ଭାବରେ କାମ ନେଇ ନିମ୍ନ ମାନର କାର୍ଯ୍ୟ କରୁଥିଲେ । ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ । ଗତକାଲି ସୁରେନ୍ଦ୍ରଙ୍କ କାର୍ଯ୍ୟାଳୟ ସମେତ ରାଉରକେଲା, ସୁନ୍ଦରଗଡ ସହ ମୋଟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରାଉରକେଲା ଛେଣ୍ଡରେ ଏବଂ ସୁନ୍ଦରଗଡ଼ ୨ଟି ବହୁ ତଳ ମହଲା, ଭୁବନେଶ୍ଵରରେ ୨ ଟି ଫ୍ଲାଟ, ୪ଟି ଦାମୀ ପ୍ଲଟ, ନଗଦ ୨ ଲକ୍ଷ ୩୩ ହଜାର, ବ୍ୟାଙ୍କ ଜମା ୫୪ ଲକ୍ଷ ଟଙ୍କା ଆୟ ବର୍ହିଭୁତ ସଂପତ୍ତି ମିଳିବା ପରେ ଗିରଫ କରିଛି ଭିଜିଲାନ୍ସ । ତେବେ ପୂର୍ବରୁ ମଧ୍ୟ ବାବୁଙ୍କ ନାଁରେ ରହିଛି ପ୍ରବଳ ଅଭିଯୋଗ । ୨୦୨୦-୨୧ରେ ପାନପୋଷ ଆଇଟିଡିଏରେ ଉପ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ନିଜ ସ୍ତ୍ରୀ ଏବଂ ନିଜ ଭାଇ ନାମରେ ବେଆଇନ ଟେଣ୍ଡର କରି କୋଟି କୋଟି ଟଙ୍କାର କାମ କରିଥିବା ଅଭିଯୋଗ ଥିଲା ।

jittmm
Leave A Reply

Your email address will not be published.