oom

ଅନ୍ୱେଷଣର ୧୮ତମ ବାର୍ଷିକ ସମ୍ମିଳନୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ, ଓଡ଼ିଆ ନବବର୍ଷ ଓ ସାଂସ୍କୃତିକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ, ଉତ୍କଳମଣି ଗୋପବନ୍ଧୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ଇଂ ପ୍ରଗତି ଦାସ, ଆଇ ଡ଼ି ଏଲର ଶିଳ୍ପ ସମ୍ପର୍କ ଅଧିକାରୀ ରଞ୍ଜନ ମହାନ୍ତି, ୟୁ ଜି ଆଇ ଇର ପୂର୍ବତନ ବରିଷ୍ଠ ଅଧ୍ୟାପକ ଇଂ ରମେଶ ଚନ୍ଦ୍ର ପୃଷ୍ଟି, ସମାଜସେବୀ ଡା. ଫକୀର ଚରଣ ହୋତା ଓ ଡା. ବିଷ୍ନୁପ୍ରିୟା ଦେଇ ପ୍ରମୁଖ ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମ୍ମାନୀତ ଅତିଥି, ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ଯୁଗରେ କମ୍ପୁଟର ଶିକ୍ଷା ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ବୋଲି ମତ ରଖିଥିଲେ । ଗରିବ ମେଧାବୀ ପିଲାମାନେ ଏତେ ଖର୍ଚ୍ଚ ଦେଇ ଶିକ୍ଷା କରିବା ବି ଏକ ବଡ ସମସ୍ୟା ହୋଇଥିବା ବେଳେ ଅନ୍ୱେଷଣ ପରି ସ୍ୱେଚ୍ଛାସେବୀ ଅନୁଷ୍ଠାନର ଏଭଳି କାର୍ଯ୍ୟ ପ୍ରଶଂସା ଯୋଗ୍ୟ, ତା ସହ ଅନୁଷ୍ଠାନ ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ବୈଷୟିକ ଟ୍ରେନିଂ, ସଚେତନତା, ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର, ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ ସବୁ ସ୍ତରର ଶିକ୍ଷାର୍ଥୀଙ୍କୁ ଏକ ପ୍ଲାଟଫର୍ମରେ ସୁଯୋଗ ଦେବା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ପ୍ରାରମ୍ଭରେ ସମ୍ପାଦିକା ସଚଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟ ଗୁରୁ ବର୍ଷା ଓ ପଲ୍ଲବୀ ସେଠିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭ୍ୟା କାପ୍ରା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପୁଟର ଶିକ୍ଷାକେନ୍ଦ୍ର ଶିକ୍ଷାର୍ଥୀ ଓଡିଶା ସଂସ୍କୃତି ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ଵନାଥ ପଟ୍ଟନାୟକ ସଂଚାଳନ କରିଥିଲାବେଳେ ଭାରତୀ ବାସ୍କେ, ରାହୁଲ ପ୍ରଧାନ, ରମେଶ ବାସ୍କେ ,ସଲୋନୀ ଜେନା , କ୍ରିଷ୍ଣା ସୋରେନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.