ଟିଟିଲାଗଡ଼ ପୌରପରିଷଦରେ ସଫେଇ ନାମରେ କୋଟି କୋଟି ଟଙ୍କାର ହରିଲୁଟ ଅଭିଯୋଗ : ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ତଦନ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଗୋଟିଏ ଠିକା ସଂସ୍ଥା ତିନି ବର୍ଷ ଧରି ଲଗାତାର ପରିମଳ ଠିକା କରୁଥିଲା । ସେହି ସଂସ୍ଥା ଟେଣ୍ଡର ପକାଇବା ବେଳେ ୧୪.୯୯ ପ୍ରତିଶତ ହ୍ରାସରେ ଟେଣ୍ଡର ପାଇଥିଲା । କାର୍ଯ୍ୟ କରି ତିନି ବର୍ଷ ହେବ ସମ୍ପୂର୍ଣ୍ଣ ଟଙ୍କା ନେଇଛି, ଏ ସମ୍ବନ୍ଧରେ ସୁଚନା ଅଧିକାର କର୍ମି ହରି ବହିଦାର ତଥ୍ୟ ପାଇବା ପରେ ଜାଣିବାକୁ ପାଇଲେ ଯେ ପେମେଣ୍ଟ ଦେଲା ବେଳକୁ ଟଙ୍କା ନ କାଟି ପେମେଣ୍ଟ ସମ୍ପୂର୍ଣ୍ଣ କିପରି କରାଗଲା । ଦୀର୍ଘ ତିନି ବର୍ଷ ଧରି ସେହି ଠିକା ସଂସ୍ଥାକୁ ସେନିଟେଶନ କାର୍ଯ୍ୟ କିପରି ମିଳୁ ଥିଲା ଆଜି ସେହି ସଂସ୍ଥାର କାଗଜପତ୍ର ଠିକ ନାହିଁ ବୋଲି କୁହାଯାଉଛି ତାହେଲେ ପୁର୍ବରୁ ସେ କେମିତି ଠିକା କାମ କରୁଥିଲା । ଠିକା ମିଳିବା ପଛର ରହସ୍ୟ ଉନ୍ମୋଚନ କରିବା ସହ ଭିଜିଲାନ୍ସ ତଦନ୍ତ କରିବାକୁ ସୂଚନା ଅଧିକାର କର୍ମୀ ହରି ବହିଦାର ରବିବାର ଦିନ ସ୍ଥାନୀୟ ୟସ୍ ହୋଟେଲ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ବହିଦାର ପୂର୍ବରୁ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହାସଲ କରିବା ସହ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବାକୁ ଦାବି କରିବା ସହ ଜନ ସାଧାରଣଙ୍କ ଟ୍ୟାକ୍ସ ପଇସାର ହରି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.