ସ୍ଥାପତ୍ୟଙ୍କ ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) ଦି ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର ରାଉରକେଲା ଶାଖା ଓ ଏନ୍ଆଇଟି ତରଫରୁ ମିଳିତ ଆନୁକୂଲ୍ୟରେ ଏ ଏନ୍ ପଟେଲ ମେମୋରିଆଲ ହଲ୍ ଠାରେ ସ୍ଥାପତ୍ୟ ମାନଙ୍କର ଦ୍ୱିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ” ଟ୍ରେଣ୍ଡସ୍ ଇନ୍ ଆଡଭାନ୍ସ ବିଲଡିଂ କନଷ୍ଟ୍ରକସନ ଆଣ୍ଡ ଇନୋଭେଟିଭ ବିଲଡିଂ ମେଟେରିଆଲ” ସମ୍ପର୍କରେ ଆଲୋଚନା ଓ ସନ୍ଦର୍ଭ ପାଠ କରାଯାଇଥିଲା । ଅନୁଷ୍ଠାନ ରାଉରକେଲା ଶାଖାର ଅଧ୍ୟକ୍ଷ ଇଂ ଏସ୍ କେ ପୋଲାକିଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ଆବାହକ ସ୍ଥପତି ଅଭିଷେକ ଦାସ ଓ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ଅଜିତ ବେହେରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆରଏସପି ଟାଉନ ବିଭାଗର ସିଜିଏମ ବିଜୟ କୁମାର ଯୋଯୋ, କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକ ଏନ୍ଆଇଟିର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ପ୍ରଫେସର ପ୍ରଦୀପ ସରକାର ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଓ ସମାଜ ପ୍ରତି ପ୍ରତିବଦ୍ଧତା, ତଥା ରାଉରକେଲା ଇସ୍ପାତ କାରଖାନାର ବିିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାପତ୍ୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଫେସର ଅଙ୍କୁର ବାଘେଲ ଓ ପ୍ରଫେସର ବିନିତ କୁମାର ଅନ୍ୟତମ ଆବାହକ ରୂପେ ଯୋଗଦେଇ ଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଟେକ୍ନିକାଲ ସେସଦ ପ୍ରଫେସର ନୁଆମାନ ନିଜାମୁଦ୍ଦିନ, ସ୍ଥପତି ଗୈାତମ ଅଗ୍ରୱାଲ, ସ୍ଥପତି ଯୋଗେଶ ଛତ୍ରିଆ, ସାରଙ୍ଗ ଶୋଭନ ପଟେଲ, ଗୈାରବ କୁମାର ସିହ୍ନା, ସରୋଜବିନ୍ଦୁ ମହନ୍ତ, ପ୍ରଫେସର ଅଙ୍କୁର ବାଘେଲ, ପ୍ରଫେସର ସୀମନ୍ତନୀ ବେହେରା, ସୁମିତ ଚାନ୍ଦୁକା, ପ୍ରଫେସର ବିନିତ କୁମାର ଓ ସ୍ଥପତି ଅଭିଷେକ ଦାସ ପ୍ରମୁଖ ସେମାନଙ୍କ ବିଷୟ ଭିତ୍ତିକ ରିସର୍ଚ୍ଚ ପେପର୍ ଉପସ୍ଥାପନା କରିଥିଲେ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଯାହା ନିର୍ମାଣ ହେଉଛି, ତାହା କିପରି ବିନା ବାତାନୁକୁଳିତ ଯନ୍ତ୍ରରେ ଥଣ୍ଡା, ବର୍ଷାଜଳ ସଂରକ୍ଷଣ, ମାଟି କାନ୍ଥକୁ ସୁନ୍ଦର ଓ ଦୀର୍ଘସ୍ଥାୟୀ ତଥା କମ୍ ଖର୍ଚ୍ଚରେ ପ୍ରଭାବଶାଳୀ ମାଧ୍ୟମରେ କିପରି ସ୍ଥାପତ୍ୟ ହୋଇପାରିବ ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ ଓ ସେହିପରି ଲୈ।ହଖଣିରେ ଥିବା ଖଣିଜ ପଥରକୁ ସଂଗ୍ରହ କରାଯାଇ ସେଥିରେ ସୁନ୍ଦରରୂପ ଦେଇ ଘରକରଣାରେ ଲଗାଯାଇ ପାରିବ ଓ ଏଥିରେ ଉପଯୁକ୍ତ ମେସିନ ଦ୍ୱାରା ତାକୁ ସୁନ୍ଦର ରୂପ ଦିଆଯାଇପାରୁଛି, ସେ ସମ୍ପର୍କରେ ତଥ୍ୟ ତଥା ଆଲୋଚନା କରିଥିଲେ । ସେହିପରି ଦ୍ୱିତୀୟ ଦିବସ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆଇଆଇଏର ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷା ସ୍ଥପତି ସ୍ୱପ୍ନାଦତ୍ତ ମହାନ୍ତି ମୁଖ୍ୟଅତିଥି ଓ ଆରଡିଏର ପ୍ରାକ୍ତନ ପ୍ଲାନିଂ ମେମ୍ବର ରାମମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ସ୍ଥପତି ଶ୍ରୀ ଦାସ ସମ୍ମିଳନୀର ଆଭିମୁଖ୍ୟ, ଅଧ୍ୟକ୍ଷ ଇଂ ପୋଲାକି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଓ ଶେଷରେ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମକୁ ଅର୍ପିତା ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.