ଝରଣୀପାଲି ଗ୍ରାମପଞ୍ଚାୟତରେ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଝରଣୀପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତଙ୍କ ପରିଚାଳନାରେ ଧରତୀ ମାତା ବଚାଓ ଅଭିଯାନ ଅନ୍ତର୍ଗତ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ କରାଗଲା । ଏହା ଏକ ପଞ୍ଚାୟତ ସ୍ତରୀୟ ସମିତି ଯାହା ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାରକୁ ସୁପରିଚାଳିତ କିପରି କରାଯିବ ଏବଂ ରାସାୟନିକ ସାର ଓ କୀଟନାଶକର ବିକଳ୍ପ ଭାବରେ କଣ ବ୍ୟବହାର କରାଯିବା ତା ଉପରେ ଆଲୋଚନା କରାଗଲା । ଉକ୍ତ ସଭାରେ ବୈକୁଣ୍ଠ ଜଗତ ସବୁଜ ସାର ଧାଇଁଚା ଚାଷ, ଜୈବିକ ପଦ୍ଧତିର କିପରି ସାର ଓ କୀଟନାଶକ ପ୍ରସ୍ତୁତ କରାଯାଏ, ଜିଆ ଖତ, କମ୍ପୋଷ୍ଟ ତିଆରି ବିଭିନ୍ନ ପ୍ରଣାଳୀ, ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ ଜୈବିକ କୀଟନାଶକ ଉପରେ ଆଲୋକପାତ କରିଥିଲେ । ମାଟିର ଉର୍ବରତା ବଜାୟ ରଖିବା ପାଇଁ କିପରି ମାଟି ପରୀକ୍ଷା କରାଇ ଅନୁମୋଦିତ ସାର ପ୍ରୟୋଗ କରିବା, ଜୈବିକ ଅଙ୍ଗାରକ ବୃଦ୍ଧି କିପରି କରିବା ତାହା ସବୁ ଆଲୋଚନା କରିଥିଲେ । ଶ୍ରୀମତୀ ସୁନୀତା ସାହୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ସମସ୍ତ ସଦସ୍ୟ ମାନଙ୍କୁ ଜଣେ ଜଣେ ପରିବର୍ତ୍ତନର ପ୍ରବର୍ତ୍ତକ ଓ ସୂତ୍ରଧାର ହେବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ପୂବତନ ସରପଞ୍ଚ ସୁଜିତ କୁମାର ସାହୁ, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର ଏବଂ ଝରଣିପାଲି ଗ୍ରାମ ପଂଚାୟତର ପ୍ରଗତିଶୀଳ ଚାଷୀମାନେ ଅପସ୍ଥିତ ଥିଲେ ।

Leave A Reply

Your email address will not be published.