oom

ଜିଲ୍ଲା କଳାକାର ସମନ୍ୱୟ ସମିତି ବଲାଙ୍ଗିରର ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା ୨୮/୦୪/୨୦୨୪ ରିଖ ପୁଇଁନ୍ତଲା ବ୍ଳକ୍‌ ଅନ୍ତର୍ଗତ ସୁନ୍ଦରୀଭଣା ଗ୍ରାମରେ ଜିଲ୍ଲା କଳାକାର ସମନ୍ୱୟ ସମିତିର ବୈଠକ ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇଁନ୍ତଲା ବ୍ଳକ୍‌ ତଥା ଅନ୍ୟାନ୍ୟ ବ୍ଳକ୍‌ର କର୍ମକର୍ତ୍ତାମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ । ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲଙ୍କ ସଭା ପରିଚାଲନାରେ ଅନୁଷ୍ଠିତ ସଭାରେ, କାଲିନ୍ଦ୍ରି ମାଝୀ, ପଞ୍ଚାନନ ସେଠ, ସରୋଜ କୁମାର ମେଶ୍ଵା, ଅମ୍ଵରେଶ ବିଶି, ମିନକେତନ ରାଉତ, ରାଜେନ୍ଦ୍ର ଭୋଇ, ପ୍ରମୋଦ ନାଏକ, ମଧୁସୂଦନ ମାଝି, ଜିଲ୍ଲା କଳା ସଂସ୍କୃତି ସଂଘ ବଲାଙ୍ଗିରର ଉପସଭାପତି ସୁଦାମ ବିଶି ମଞ୍ଚାସୀନ ଥାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଅବିଧି ୩୦/୦୪/୨୦୨୪ ଯାଏଁ ଥିଲା ଏହାକୁ ଆହୁରି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦାବି ପତ୍ର ଜିଲ୍ଲାପାଲ ବଲାଙ୍ଗିରଙ୍କୁ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବଂ ଏଥିର ପ୍ରାପ୍ୟ ସହାୟତା ରାଶି ୨୦୦୦ ଟଙ୍କା ପରିବର୍ତ୍ତେ ୫୦୦୦ ଟଙ୍କାକୁ ବୃଦ୍ଧି ଏବଂ ସହାୟତା ଯୋଜନାର ହିତାଧିକାରୀ ଚୟନକୁ ଆସିମୀତ କରାଯାଉ ବୋଲି ନିଷ୍ପତ୍ତି ନିଆଯାଇଥିଲା ଓ ଏହାର ଦାବି ସରକାରଙ୍କୁ ଜଣାଇବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ବ୍ଳକ୍‌ କଳାକାର ସମନ୍ୱୟ ସମିତିର ସଂଯୋଜକ କ୍ଷମାନିଧି ବନଛୋର ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.