ବରଗଡ଼ ଜିଲ୍ଲା ଆୟୋଜନ ସମିତି ଭେଟିଲା ଅସୁସ୍ଥ ନନ୍ଦ କିଶୋର ଧରୁଆଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ବ୍ଲକର ସଭାପତି ନନ୍ଦ କିଶୋର ଧରୁଆଙ୍କ ଶରୀର ଅସୁସ୍ଥତା ହେବାରୁ ବରଗଡ଼ ଜିଲ୍ଲା ଆୟୋଜନ ସମିତି ସଭାପତି ଭାଗିରଥି ସିଂହ, ଜିଲ୍ଲା ମହାସଚିବ ଧନେଶ୍ଵର ସିଂହ, ଜିଲ୍ଲା କୋଷାଧ୍ୟକ୍ଷ ଚୂଡାମଣି ରାଏ, ଉପସଭାପତି ସୁରେନ୍ଦ୍ର ଧରୁଆ, ପ୍ରଚାର ସଚିବ ରଘୁନନ୍ଦନ୍ ଦେଓ, ଜିଲ୍ଲା ମହିଳା ଆୟୋଜନ ସମିତି ବରଗଡ଼ର ଶ୍ରୀମତୀ ଇନ୍ଦ୍ରାଣୀ ଭୋଇ, ଶ୍ରୀମତୀ ରୁପେସ୍ଵରୀ ଛତ୍ରୀଆ, ପଦ୍ମପୁର ଗୁଡି ଆୟୋଜନ ସମିତିର ସଭାପତି ଅଶୋକ କୁମାର ସିର୍ଦାର୍ ଓ ସମ୍ପାଦକ ମଂଗଳ ସିଂ ସିର୍ଦାର୍ ପ୍ରମୁଖ ନନ୍ଦ କିଶୋର ଧରୁଆଙ୍କ ବାସଭବନକୁ ଯାଇ ତାଙ୍କ ସହ ସାକ୍ଷାତ କରିଛନ୍ତି । ବୁଢା ଦେଓଙ୍କ ପାଖରେ ନନ୍ଦକିଶୋରଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

jittmm
Leave A Reply

Your email address will not be published.