ବୋଡ଼େନ ବ୍ଲକ ସଭା ଗୃହରେ ଦଶମ ତମ ପଞ୍ଚାୟତ ସମିତି ବୈଠକ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଳକ ଅଫିସ ସଭାଗୃହ ଠାରେ ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ,ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ କୁମାର, ଉପାଧ୍ୟାକ୍ଷା ସଙ୍ଗିତା ମାଝୀ, ସାସଂଦ ପ୍ରତିନିଧି ବିଜୟ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ୧୫ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ପାନୀୟ ଜଳ, ଶିକ୍ଷା, ବିଜୁଳି, ସମ୍ମାନ୍ୱିତ ଶିଶୁ ବିକାଶ, ଉଦ୍ୟାନ ବିଭାଗ, ମନରେଗା, ଯୋଗାଣ ବିଭାଗ, ପ୍ରାଣି ସମ୍ପଦ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଷୟରେ ଆଲୋଚନା ହୋଇଥିଲା । ଗ୍ରାମ ମାନଙ୍କରେ ଥିବା ସମସ୍ୟା ଉପରେ କିପରି ଶୀଘ୍ର ସମାଧାନ କରାଯିବ ଏନେଇ ଉପସ୍ଥିତ ଥିବା ସମସ୍ତ ବିଭାଗର କର୍ମଚାରୀ ମାନଙ୍କୁ ନିର୍ଦ୍ଦଶ ଦେଇଥିଲେ । ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଫୁଲ୍ଲ ନାଏକ,ଏପିଓ ରବିନାରାୟଣ ରାଉତ, କନିଷ୍ଠ ଯନ୍ତ୍ରୀ ଯୁଗେଶ୍ଵର ନାଏକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂଜୀବ କୁମାର ନାୟକଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.