ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅପିଲ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଯାହାକି ୱେବସାଇଟକୁ ଯାଇ ନିଜେ ପଞ୍ଜିକରଣ କରିପାରିବେ । ଏହା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୧୬ ତାରିଖରୁ ମେ’ ମାସ ୧୫ ପର୍ଯ୍ୟନ୍ତ ଜନଗଣନା ଅଧିକାରୀମାନେ ଘରକୁ ଘର ଯାଇ ଜନଗଣନା କରିବେ । ଏହି ଅଧିକାରୀ ମାନଙ୍କୁ ସଠିକ୍ ବିବରଣୀ ପ୍ରଦାନ କରିବେ । କାରଣ ଏହା ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନର ଭିତ୍ତିଭୂମି ଭାବରେ କାମ କରିବ । ତେଣୁ ଏହି ଜନଗଣନା କାର୍ଯ୍ୟକ୍ରମରେ ଆମ ଜିଲ୍ଲାବାସୀ ସାମିଲ ହୋଇ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.