
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବିଜେପି ଲାଗିଲା ବଡ଼ ଝଟ୍କା । ପୂର୍ବତନ ସମିତି ସଭ୍ୟଙ୍କ ସହ ୧୫ ଜଣ ବିଜେପି କର୍ମୀ ବିଜେପିର ହାତ ଛାଡ଼ିଦେଲେ । ପାଟଣାଗଡ଼ ବ୍ଲକ ବାଲିପଟା ପଂଚାୟତର ପୂର୍ବତନ ବିଜେପି ସମିତି ସଭ୍ୟ ସତ୍ୟ ନାଗଙ୍କ ସହିତ ୧୫ ଜଣ କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିଜେଡ଼ି ସରକାରଙ୍କ ଜନାଭିମୁଖୀ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବା କହିଛନ୍ତି । ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।