oom

ପଦ୍ମପୁର ବିଜୟ ଧାରାକୁ ଫେରୁଛି ବିଜେପି : ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ସାମିଲ୍

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନ ଯେତେ ପାଖେଇଆସୁଛି, ରାଜନେତା, କର୍ମୀ, ଏପରିକି ସାଧାରଣ ଜନତାଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ଧିରେ ଧିରେ ବଢିବାକୁ ଲାଗିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ବିଶ୍ୱାସ ବଢିଚାଳିଛି । ପ୍ରତ୍ୟେକ ଦିନ ବିଭିନ୍ନ ସଭାସମିତି ଜରିଆରେ ସ୍ଥାନୀୟ ବିଜୁ ଜନତା ଦଳ ଓ କଂଗ୍ରେସର କର୍ମକର୍ତ୍ତାମାନେ ବିଜେପିରେ ଯୋଗଦାନ ବିଜେପି ସଂଗଠନକୁ ମଜବୁତ କରିବା ସହ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ଏହି କ୍ରମରେ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତର ପତ୍ରାଗୁଡା ଗ୍ରାମର ଅନେକ ବିଜେଡି କର୍ମକର୍ତ୍ତା ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଆସି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମ୍ମୁଖରେ ବିଜେପିରେ ସାମିଲ ହୋଇଛନ୍ତି । ଝାରବନ୍ଧ ଗାଁ ବିଜୁ ଜନତା ଦଳର ଗାଁ କମିଟି ସଭାପତି ନିମାଇଁ ବିଶ୍ୱାଳଙ୍କ ନେତୃତ୍ୱରେ ଗାଁର ରାମସିଂ ମଲ୍ଲିକ, ଭଜନ ଭୁଏ, ସୁରସେନ ଭୁଏ, ଭଗନେରାଜ ମଲ୍ଲିକ, ବୈଷ୍ଠବ ମଲ୍ଲିକ, ବେଲାରସେନ ମଲ୍ଲିକ, ଭଗବାନ ମଲ୍ଲିକ, ତୁଳାରାମ ମଲ୍ଲିକ, ମୁରଲି ମାଝୀ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲ, ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶ୍ରୀ, ମାଣ୍ଡୋସିଲ ମଣ୍ଡଳ ସଭାପତି ସଂଜୟ ବେହେରା, ମାଣ୍ଡୋସିଲ ମଣ୍ଡଳ ପ୍ରଭାରୀ ଡା. ଲମ୍ବୋଦର ପଣ୍ତା, ଯୋଗେନ୍ଦ୍ର ଭୋଇ, ସତ୍ୟ ନାରାୟଣ ବେହେରା, ଭୀଷ୍ମଦେବ ବହିଦାର, ଅକ୍ଷୟ ସାହୁ, ପୁରନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.