om academy

ଦୁଇ ଦିନିଆ ସାଂସଦଙ୍କ ଗସ୍ତ : ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତକୁ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓ ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ସମିତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଂଗ୍ରେସ ନେତା ଝସକେତନ ଛତର ଏବଂ ତାଙ୍କର ସହଯୋଗୀ ଏବଂ ବିଜେଡି ନେତା ଜିତେନ୍ଦ୍ର ବଗର୍ତ୍ତି ଓ ତାଙ୍କର ସହଯୋଗୀମାନେ ବିଜେପି ଦଳରେ ଯୋଗଦାନ କରିଥିଲେ । ଯାହାକି ଆଗାମୀ ନିର୍ବାଚନ ପାଇଁ ଏମାନେ ଦଳକୁ ମଜଭୁତ କରିବେ ବୋଲି ସର୍ବ ସମ୍ମୁଖରେ ହୋଇଥିବା ମିଶ୍ରଣ ପର୍ବରେ ମୁଖ୍ୟଅତିଥି କହିଥିଲେ ।

Leave A Reply

Your email address will not be published.