
ଜାମ୍ମୁ-କାଶ୍ମୀରର ବିକାଶ ପ୍ରକଳ୍ପ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ

- ମୋଦୀ ସରକାର ଏକ ବିକଶିତ ଜାମ୍ମୁ-କାଶ୍ମୀର ଗଠନ ଦିଗରେ ଅତୁଟ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ ପ୍ରୟାସ ବିକାଶ ଏବଂ କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରୁଛି
- ଜାମ୍ମୁ-କାଶ୍ମୀରରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ମୋଦୀ ସରକାରଙ୍କ ଅକ୍ଳାନ୍ତ ପ୍ରୟାସ ଫଳରେ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି
- ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମ୍ମୁଖରେ ଶକ୍ତି, ଯୋଗାଯୋଗ, ଶିଳ୍ପ, ପର୍ଯ୍ୟଟନ, କୃଷି ଆଦି କ୍ଷେତ୍ରରେ କେନ୍ଦ୍ର ଶାସିତ ଅଞ୍ଚଳର ସଫଳତା ଉପସ୍ଥାପନ କରାଯାଇଥିଲା
- ଜନ କଲ୍ୟାଣର ପ୍ରତ୍ୟେକ କ୍ଷେତ୍ରରେ ସର୍ବ-ସମାବେଶୀ ବିକାଶ ଜାମ୍ମୁ-କାଶ୍ମୀରରେ ପରିବର୍ତ୍ତନ ଆଣିବା ଲାଗି ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବିକାଶ ପ୍ରକଳ୍ପ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ଗୃହ ସଚିବ ଏବଂ କେନ୍ଦ୍ର ତଥା ଜାମ୍ମୁ-କାଶ୍ମୀର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର ଏକ ବିକଶିତ ଜାମ୍ମୁ-କାଶ୍ମୀର ଗଠନ ଦିଗରେ ଅତୁଟ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ ପ୍ରୟାସ ବିକାଶ ଏବଂ କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରୁଛି । ଶ୍ରୀ ଶାହ କହିଥିଲେ ଯେ ଜାମ୍ମୁ-କାଶ୍ମୀର ପ୍ରତ୍ୟେକ କ୍ଷେତ୍ରରେ ଅଭିବୃଦ୍ଧି ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଜାମ୍ମୁ-କାଶ୍ମୀରରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ମୋଦୀ ସରକାରଙ୍କ ଅକ୍ଳାନ୍ତ ପ୍ରୟାସ ଫଳରେ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଶକ୍ତି, ଯୋଗାଯୋଗ, ଶିଳ୍ପ, ପର୍ଯ୍ୟଟନ, କୃଷି ଆଦି କ୍ଷେତ୍ରରେ କେନ୍ଦ୍ର ଶାସିତ ଅଞ୍ଚଳର ସଫଳତା ଉପସ୍ଥାପନ କରାଯାଇଥିଲା । ଏହା ବ୍ୟତୀତ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରକୁ ଦିଆଯାଇଥିବା ଆର୍ଥିକ ସହାୟତା ଏବଂ ଆର୍ଥିକ ବର୍ଷ ୨୦୨୪-୨୫ରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଣ୍ଟିତ ଆର୍ଥିକ ସହାୟତା ମଧ୍ୟ ଉପସ୍ଥାପନାରେ ଉଲ୍ଲେଖ କରାଯାଇଥିଲା । ଜାମ୍ମୁ-କାଶ୍ମୀରରେ ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉପଯୋଗ କରାଯାଇପାରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାମ୍ମୁ-କାଶ୍ମୀରରେ ବିକାଶର ନୂତନ ଦିଗ ପ୍ରତିଷ୍ଠା କରିବା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ଜନ କଲ୍ୟାଣର ପ୍ରତ୍ୟେକ କ୍ଷେତ୍ରରେ ସର୍ବ-ସମାବେଶୀ ବିକାଶ ସକାରାତ୍ମକ ସଂସ୍କାର ମାଧ୍ୟମରେ ଜାମ୍ମୁ-କାଶ୍ମୀରରେ ପରିବର୍ତ୍ତନ ଆଣିବା ଲାଗି ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।