ସେବା ଓ ସମର୍ପଣ ଅଭିଯାନର ପ୍ରସ୍ତୁତି ଏବଂ ପଞ୍ଚାୟତ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ସରୋଜ ସାମଲ ଅଧ୍ୟକ୍ଷତା କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ତାରିଖରେ ସମଗ୍ର ଦେଶରେ ରେକର୍ଡ ସଂଖ୍ୟକ ୨.୫ କୋଟି ଟୀକାକରଣ ସଫଳତାର ସହ କରାଯାଇ ଥିବାରୁ ଖୁସିବ୍ୟକ୍ତ କରିଥିଲେ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ଓ ସମର୍ପଣ ଅଭିଯାନ ସମସ୍ତ ମଣ୍ତଳ ସ୍ତରରେ ପାଳନ କରାଯିବା ସହ ସେପ୍ଟେମ୍ବର ୨୫ ତାରିଖ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପରିବେଶର ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଗାନ୍ଧୀ ଜୟନ୍ତୀ ଉତ୍ସବରେ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଏକ ମେଗା ରକ୍ତଦାନ ଶିବିର କରାଯିବାକୁ ସ୍ଥିର କରାଯାଇଥିଲା । ପଞ୍ଚାୟତ ସ୍ତରରେ ସାଂଗଠନିକ ପ୍ରକ୍ରିୟା ପ୍ରାୟତ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସାଂଗଠନିକ କାର୍ଯ୍ୟରେ ସମୀକ୍ଷା କରାଯାଇ ତୃଣମୂଳ ସ୍ତରରୁ ସଙ୍ଗଠନକୁ ଅଧିକ ମଜବୁତ ଓ କ୍ରିୟାଶୀଳ କରିବାକୁ ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକ ମଣ୍ତଳ ସଭାପତି ମାନଙ୍କୁ ଆହ୍ଵାନ କରିଥିଲେ । ବୈଠକରେ ଗୋବର୍ଦ୍ଧନ ଅଗ୍ରୱାଲ, ବଳରାମ ସାହୁ, ଡା ଲମ୍ବୋଦର ପଣ୍ତା, ଶ୍ରୀମତୀ ସରସ୍ବତୀ ସାହୁ, ସତ୍ୟନାରାୟଣ ବେହେରା ଆଦି ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ବରିକେଲ ମଣ୍ଡଳ ସଭାପତି ସୌକୀଲାଲ ସାହା, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଦହିଗାଁ ମଣ୍ତଳ ସଭାପତି କେତନ ମେହେର, ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ଝାରବନ୍ଧ ମଣ୍ତଳ ସଭାପତି ମିଳନ ପାଣ୍ତେ, ନଗର ସାଧାରଣ ସଂପାଦକ ଅଶୋକ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଯୋଗେନ୍ଦ୍ର ଭୋଇ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରୋଶନ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ କୁନାଲ ପାଣିଗ୍ରାହୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.