ଆଦର୍ଶ ବିଦ୍ୟାଳୟ ଗୁଡିକର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧୁରୀ ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକ କରିଥିଲେ । ବରଗଡ଼ ଜିଲ୍ଲା ଗସ୍ତ କରି ସେ ବରପାଲି ବ୍ଲକ କନଗାଁ ଠାରେ ଥିବା ଆଦର୍ଶ ବିଦ୍ୟାଳୟ, ବରଗଡ଼ ବ୍ଲକର ଗୋବିନ୍ଦପୁର ଏବଂ ଭେଡେନ ବ୍ଲକର ବରପଦରଠାରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକ ବୁଲି ଦେଖିଥିଲେ । ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସେଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକର ମଧ୍ୟ ତଦାରଖ କରିଥିଲେ । ଅପରପକ୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧିନ ଥିବା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାର ଆୟୋଜିତ ଏକ ସମୀକ୍ଷା ବୈଠକରେ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ମେୀନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.