om academy

ଆଗାମୀ ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡକ୍ଟର କେ.ବିଶାଲ୍ ସିଂ, ଆଇପିଏସ୍, ଆରକ୍ଷୀ ଅଧୀକ୍ଷକ, ପୁରୀ ପିପିଲି ଥନା ଗସ୍ତରେ ଆସି ଆଗାମୀ ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ପିପିଲି ତଥା ପିପିଲି, ଡେଲାଙ୍ଗ, ସତ୍ୟବାଦୀ, ବଳଙ୍ଗା ଥାନାର ଭାରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । ଆରକ୍ଷୀ ଅଧିକାରୀ ଡକ୍ଟର. ସିଂ ବିଗତ ଦିନମାନଙ୍କରେ ପୁଲିସ୍ ଦ୍ୱାରା ସନ୍ଧାନ କରାଯାଇଥିବା ଅବକାରୀ ମୋକଦ୍ଦମା, ଜାମିନ୍ ବିହୀନ ପରୱାନା, ୧୦୭ ଓ ୧୧୦ ସିଆର୍‌ପିସି ମୋକଦ୍ଦମା ସମ୍ବନ୍ଧରେ ପଚାରି ବୁଝିଥିଲେ ଓ ସ୍ଥଗିତ ରହିଥିବା ଉପନିର୍ବାଚନ ସମୟରେ ପଞ୍ଜୀକୃତ ହୋଇଥିବା ସମସ୍ତ ଧର୍ତ୍ତବ୍ୟ ଅପରାଧର ସମୀକ୍ଷା କରିଥିଲେ । ଆଗାମୀ ଉପନିର୍ବାଚନ ପାଇଁ ସୀମାନ୍ତ ଚେକ୍ ପୋଷ୍ଟ, ପେସାଦାର ଓ ଜାମିନ୍ ବିହୀନ ପରୱାନା ଥିବା ଅପରାଧୀ, ମଦ ଏବଂ ଗଞ୍ଜେଇ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଉପସ୍ଥିତ ଅଧିକାରୀମାନଙ୍କ ସହିତ ଆଗାମୀ ଉପନିର୍ବାଚନ ସମୟରେ ବୁଥ୍ ସୁରକ୍ଷା, ର୍ୟାଲି ଓ ସଭା ନିୟନ୍ତ୍ରଣ ତଥା ନିର୍ବାଚନ ସମ୍ବନ୍ଧୀୟ ପୁଲିସର ଭୂମିକା ଉପରେ ଆଲୋଚନା କରି ଉପନିର୍ବାଚନ ଦିନ ପୂର୍ବରୁ ଅସାମାଜିକ ବ୍ୟକ୍ତି ଓ ପେସାଦାର ଅପରାଧୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.