
ଗଞ୍ଜାମ ଏନ୍ଏସି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି ଏନ୍ଏସି ଇଓ ଅବିନାଶ ମିଶ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ନେଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି ଏନ୍ଏସି ଇଓ ଅବିନାଶ ମିଶ୍ର । ଟିକସ ଆଦାୟ, ଭେଣ୍ଡିଂ ଜୋନ, ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଦି ଉପରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଜୟଶ୍ରୀ ଛକଠାରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସମୀକ୍ଷା ବେଳେ ଜେଇ ମାନସ ରଞ୍ଜନ ପଣ୍ଡା, ଏକାଉଣ୍ଟାଣ୍ଟ ଦୀପ୍ତି ରଞ୍ଜନ ପୃଷ୍ଟି, ଜଗତ ଜ୍ୟୋତି ସାମଲ, ଚିନ୍ମୟ ପୃଷ୍ଟି, ସିଓ ସ୍ୱପ୍ନା ରାଣୀ ମହାପାତ୍ର, ସିଏମ୍ଏମ୍ ଭାଗ୍ୟଶ୍ରୀ ନାୟକ, ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ ପ୍ରମୁଖ ଉପସ୍ଥିତ ଥିଲେ ।