ଭୁବନେଶ୍ୱର, (କେପିଏନ୍ଏସ୍) : ପୁରୀ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ । ୨୦୩ ନମ୍ବର ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ଥିବା ହାଇଲେବୁଲ୍ ସେତୁ ଏବଂ ନରସିଂହପୁର-ସିରୁଲି ରାସ୍ତାର ରତ୍ନଚିରା ନଦୀରେ ନିର୍ମାଣାଧୀନ ସେତୁର ଅଗ୍ରଗତି ସମୀକ୍ଷା କରିଛନ୍ତି । କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ୫.୧୦ କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାସ୍ତା ସଂଯୋଗୀକରଣ କାମ ବାକି ରହିଛି । ୬ କୋଟି ଟଙ୍କା ବ୍ୟୟରେ ରତ୍ନଚିରା ନଦୀରେ ସେତୁ ନିର୍ମାଣାଧୀନ ଅଛି । ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Next Post