ଉର୍ଲାଦାନୀ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ : ଶିଶୁ ପାଇଁ ଶିକ୍ଷା ଏକାନ୍ତ ଆବଶ୍ୟକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ଆଶ୍ରମ ବିଦ୍ୟାଳୟଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମା ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ଏବିଇଓ ଜୟସେନ୍ ନିଆଲ୍, ଉର୍ଲାଦାନୀ ସରପଞ୍ଚ ସୁପ୍ରିୟା ମାଝୀ, ସମିତି ସଭ୍ୟା ମନସ୍ଵିନୀ ରଣା, ପରିଚାଳନା କମିଟିର ଉପସଭାପତି ମଦନାବତୀ ମାଝୀ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଆଶ୍ରମର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀ ବିବରଣୀ ପଠନ କରିଥିଲେ । ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ବିଭାଗ ଯଥା ମିଶନ ଶକ୍ତି, ସେବାଜଗତ, ସମାଜ ମଙ୍ଗଳ, ଉଦ୍ୟାନ ବିଭାଗ ପକ୍ଷରୁ ଷ୍ଟଲ୍ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ହେମକାନ୍ତ ଭୋଇ, ନୀଳ ମାଧବ ନାଏକ, ଅନୁପ କୁମାର ଜେନା, ଶ୍ରଦ୍ଧାଞ୍ଜଳି ନାଏକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.