
ପୁଇଁନ୍ତଲା : ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡ଼ିଆ ଆଶାକର୍ମୀ ସଂଘ୍ ଜାମଗାଁ ସିଏଚ୍ସିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରତିମା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଂଗ ମୁଖ୍ୟ ଅତଥି ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସେଠ୍ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆଶାକର୍ମୀମାନଙ୍କର କାର୍ଯ୍ୟକୁ ବିଧାୟକ ଡ. ମୁକେଶ ମହାଲିଂଗ ଭୂୟସୀ ପ୍ରଶଂସା କରିଥିଲେ । ସଂଘର ସଭାନେତ୍ରୀ ପ୍ରତିମା ପାଣିଗ୍ରାହୀ ଓ ସମ୍ପାଦିକା ଭାର୍ଗବୀ ରଣା ଏକ ଦାବୀପତ୍ର ବିଧାୟକଙ୍କୁ ପ୍ରଦାନ କରିଥିଲେ ବିଧାୟକ ଆଗାମୀ ବିଧାନ ସଭା ଅଧିବେଶନରେ ଆଶାକର୍ମୀ ମାନଙ୍କର ଦାବୀକୁ ଉପସ୍ଥାପନ ପୂର୍ବକ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଆଶାକର୍ମୀ ସଂଘର ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ଆଶାମାନଙ୍କର ବିଭିନ୍ନ ସମସ୍ୟା ପୂରଣ ଦିଗରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବିଜୟ କୁମାର ସେଠ୍ ଜିଲ୍ଲାର ଆଶାକର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶେଷରେ ଭାର୍ଗବୀ ରଣା ଧନ୍ୟବାଦ୍ ଜ୍ଞାପନ କରିଥଲେ । ଏହି ବାର୍ଷିକ ସମ୍ମିଳନୀରେ ସବିତା ସେଠ୍, ସୁମତି ପଟେଲ, ସଞ୍ଜୁଲତା ନାଏକ, ସୁବା ପଧାନ, ସୂପାରୀ ମିର୍ଦ୍ଧା, ଶୈଳ ସୂତା ସାଏ, ଅନିତା ଦଣ୍ଡସେନା, ସଂଯୁକ୍ତା ମୁନା, ମମତା ସିଂହ, ସୁଷମା ସାହୁ ପ୍ରମୁଖ ଆଶାକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।