ସଇଁତଲାରେ ବିଜେପି ଦଳର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତରଫରୁ ସଇଁତଲା ବ୍ଲକ ଫପସି ନାରୀକଟା କମ୍ୟୁନିଟି ହଲଠାରେ ଗତ ରବିବାର ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି । ହଜାର ହଜାର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ମହିଳା ସଶକ୍ତି କରିବା ପାଇଁ ବିନା ସୁଧରେ କେନ୍ଦ୍ର ସରକାର ଋଣ ଦେଉଥିବା ବେଳେ କିନ୍ତୁ ରାଜ୍ୟ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଏସ୍‌ଏଚ୍‌ଜି ମହିଳାମାନେ ୬ ହଜାର ଟଙ୍କା, ଅଙ୍ଗନବାଡ଼ି କର୍ମୀମାନଙ୍କୁ ଲେପ୍‌ଟପ୍‌, ମହିଳାମାନେ ମୋବାଇଲ ଫୋନ ପାଇଛନ୍ତି । ତେବେ ଏଭଳି ଅନେକ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁଥିବା ବେଳେ ଲୋକେ ଉପକୃତ ହୋଇ ପାରୁଛନ୍ତି ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ମତବ୍ୟକ୍ତ ଦେଇଥିଲେ । ପରେ କହିଥିଲେ ଯେ, ନିଜ ଟିଟିଲାଗଡ଼ ସହରକୁ ସମ୍ଭାଳିବା ପାଇଁ ଅନେକ କଷ୍ଟକର ହୋଇ ପଡୁଥିବା ବେଳେ ସଇଁତଲା ଓ ଗୁଡ଼ଭେଲା ବ୍ଲକକୁ କେମିତି ସମ୍ଭାଳିବ ତେଣୁ ପ୍ରଥମେ ନିଜ ଗଡ଼କୁ ସମ୍ଭାଳ ବୋଲି ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ସିଂହଦେଓ ମତବ୍ୟକ୍ତ କରିଥିଲେ । ତେବେ ଯେଉଁମାନେ ଦୀର୍ଘ ବର୍ଷ ହେଲାଣି ଏହି ଦଳକୁ ମଜବୁତ କରି ଆସିଛନ୍ତି ପ୍ରଥମେ ସେହି ବ୍ୟକ୍ତିଙ୍କୁ ଦଳ ଗୁରୁତ୍ୱ ଦେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଶ୍ରୀବତ୍ସ ବେହେରା, ଅମିତ ସିଂନିନା, ସାଂସଦଙ୍କ ଗୁଡ଼ଭେଲା ବ୍ଲକ ପ୍ରତିନିଧି ଦିନବନ୍ଧୁ ବେହେରା, ପ୍ରକାଶ ଗହୀର, ଖିମନ୍ତ ସାହୁ, ଲବେନ୍ଦ୍ର ବେହେରା, କରୁଣାକର ପସାୟତଙ୍କ ସମେତ ବିଜେପିର ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.