om academy

ଆଇଏମ୍‌ଏର ୭୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ରାଉରକେଲା ସିଟି ବ୍ରାଞ୍ଚ ତରଫରୁ ୭୨ତମ ବାର୍ଷିକ ସମ୍ମିଳନୀ ଜେପି ହସପିଟାଲ୍‌ର ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆମାକୋନ ୨୦୨୩ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ସୁନ୍ଦରଗଡ ସିଡିଏମ୍‌ଓ ଡାକ୍ତର ସରୋଜକାନ୍ତ ମିଶ୍ର ଏବଂ ଜେପି ହସପିଟାଲ୍‌ର ଅଧ୍ୟକ୍ଷ ସଞ୍ଜୟ ବଂଶଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଡାକ୍ତର ଅର୍ଚ୍ଚନା ବାରିକଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ଆଇଏମ୍‌ଏର ରାଜ୍ୟ ସଭାପତି ଡାକ୍ତର ରଜତ କୁମାର ରାୟ, ଡାକ୍ତର ପ୍ରଭାତ କୁମାର ପଣ୍ଡା, ସଚିବ ଡାକ୍ତର ବ୍ରଜକିଶୋର ଦାଶ, ଅର୍ଥ ସଚିବ ମୃତ୍ୟୁଞ୍ଜୟ ମହାପାତ୍ର, ରାଉରକେଲା ସିଟି ଶାଖାର ସଂଗଠନ ଅଧ୍ୟକ୍ଷ ଡାକ୍ତର ବି.କେ କକ୍କଡ, ସଂଗଠନ ସଚିବ ଡାକ୍ତର ଏସ୍‌କେ ମହାପାତ୍ର, କୋଷାଧ୍ୟକ୍ଷ ଡାକ୍ତର ସୁରେଶ ବଂଶଲ, ଆୟୋଜକ କମିଟିର ସଦସ୍ୟ ଡାକ୍ତର ବିଶ୍ୱଜିତ ମହାପାତ୍ର, ଡାକ୍ତର ଲାଲ୍, ଡାକ୍ତର ସଞ୍ଜୟ ରାୟ, ଡାକ୍ତର ନିବେଦିତା ପାଣି, ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ଦେବାଶିଷ ପଟ୍ଟନାୟକ, ଡାକ୍ତର ନିଶୁ ବଂଶଲ, ଡାକ୍ତର ଏସ୍‌ଏନ୍‌ କର, ଡାକ୍ତର ରବି କୁମାର, ଡାକ୍ତର ଏଜି ସାମଲ, ଡାକ୍ତର ବି.କେ ସାହୁ, ଡାକ୍ତର ସମୀର ପାତ୍ର, ଡାକ୍ତର ଏ ପଟ୍ଟନାୟକ, ଡାକ୍ତର ଏସ୍‌ଟି ଦାସ, ଡାକ୍ତର ଦେବେନ୍ଦ୍ର ସେଠୀ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଡାକ୍ତର ପୀୟୁଷ ବଂଶଲ, ପୃଷ୍ଠପୋଷକ ଡାକ୍ତର ଜି ବି ବାଲା, ଡାକ୍ତର ସାଜନ ଅଗ୍ରୱାଲ, ଡାକ୍ତର ଜନ୍ମେଞ୍ଜୟ ମହାପାତ୍ର, ଡାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ଏମ୍‌କେ ଛୋଟରାୟ, ଡାକ୍ତର ରୀତାଞ୍ଜଳି ମିଶ୍ର, ଡାକ୍ତର ଭାରତ ପାଣିଗ୍ରାହୀ, ଡାକ୍ତର ସସ୍ମିତା ସ୍ବାଇଁ, ଡାକ୍ତର ଏସ୍‌ ଖଣ୍ଡେଲୱାଲ, ରବିନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ନାୟକଙ୍କୁ ଦ୍ୱିତୀୟ ଇଶ୍ୱର ରୂପେ ଅବହିତ କରିବା ସହ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଥିବା ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ପରିବେଶ ଏବଂ ମହିଳା, ଜଳବାୟୁ ପରିବର୍ତ୍ତନ, କ୍ଲିନିକାଲ ଯୋଗାଯୋଗ ଦକ୍ଷତା, ସ୍ବାସ୍ଥ୍ୟସେବା ଉପରେ ଡିଜିଟାଲ ପ୍ରଭାବ, ଚିକିତ୍ସା ପ୍ରଯୁକ୍ତିରେ ହିଂସା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତରମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସେମାନଙ୍କ ପାଇଁ ସହରର ବିଭିନ୍ନ ଦର୍ଶନୀୟ ସ୍ଥଳୀକୁ ପରିଦର୍ଶନ କରିବା ପାଇଁ ନିଆଯାଇଥିଲା । ଏହି ଅବସରରେ ଆଇଏମ୍‌ଏ ଦ୍ବାରା ଜୀବନବ୍ୟାପୀ ସେବା ଯୋଗାଇ ଦେଇଥିବା ପାଇଁ ଭଦ୍ରକର ଡାକ୍ତର ହରେକୃଷ୍ଣ ନାୟକଙ୍କୁ ୨୦୨୦ ପାଇଁ, ଜଗତସିଂହପୁରର ଡାକ୍ତର ପି.କେ.ଆର ମହାପାତ୍ରଙ୍କୁ ୨୦୨୧ ପାଇଁ ଓ ପୁରୀର ଡାକ୍ତର ବାମଦେବ ମହାନ୍ତିଙ୍କୁ ୨୦୨୨ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ସୁସ୍ଥ ସମାଜ ଗଠନ ଓ ନିମ୍ନସ୍ତରର ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ଆଇଏମ୍‌ଏ ସଦସ୍ୟମାନେ ସଂକଳ୍ପ ବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁରେଶ ଶର୍ମା, ନମିତା କୁଣ୍ଡୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.