oom

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କିଶୋର କୁମାର ବେହେରା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ଏହି ଆଲୋଚନାଚକ୍ରର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପିକା ଡ଼ଃ.ଆରତୀ ପଣ୍ଡା ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡ଼ଃ. ମିଲିମିତା ପାଢୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଦୂର ଶିକ୍ଷା ବିଭାଗର ସାମ୍ବାଦିତା ଓ ଗଣବିଭାଗର ଅଧ୍ୟାପକ ଡ଼ଃ.ଭି. ରାଜେନ୍ଦ୍ର ରାଜୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଗୌରୀଶଙ୍କର ପାଢୀ, ଆଇନଜୀବୀ ତଥା କବି ବ୍ରଜମୋହନ ଆଚାର୍ଯ୍ୟ, ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଭାଗ ପ୍ରଧ୍ୟାପକ ଅମର ବିଷୋୟୀ, ସମାଜସେବୀ ତଥା ଆକାଶବାଣୀ ବ୍ରହ୍ମପୁରର ଜଣେ ଅସ୍ଥାୟୀ ଉପସ୍ଥାପକ ଅରୁଣ ଶତପଥୀ, ଭାଗବତ ଭାସ୍କର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡା, ଅବସରପ୍ରାପ୍ତ କାର୍ଯ୍ୟାଳୟ ଅଧ୍ୟୀକ୍ଷକ ତଥା ସୁସାହିତ୍ୟିକ ପ୍ରଶାନ୍ତ କୁମାର ଶତପଥୀ, ଇଂରାଜୀ ଶିକ୍ଷକ ଡ଼ଃ.ଜେ. କୁର୍ମା ରାଓ, ବିଦ୍ୟାଳୟର ଉପ-ସଭାପତି ଗୀତା ପାଢୀ ଓ ସଦସ୍ୟା ସୁନୀତା ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.