ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାପ୍ସସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ସୁଜିତ ପୃଷେଠ ଯୋଗଦେଇ ଥିଲେ । ସଭାକୁ କଲେଜ ଅଧ୍ୟକ୍ଷ ଡ଼ଃ ସୁନିଲ କୁମାର ଦେବତା ସଂଯୋଜକ କରିଥିଲେ । ଶେଷରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ରର ସଂଯୋଜକ ରୋଶନ ଟଣ୍ଡନ ଧନ୍ୟବାଦ ଅର୍ପଣ କରିଥିଲେ ।