ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ଆନୁକୂଲ୍ୟରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଭାରତର ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ଦିବସ ଅବସରରେ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ବ୍ଲକ ସଭାପତି ଏନ.ଗଣେଶ ରେଡ୍ଡି ଯୋଗଦେଇ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାରେ ପୂର୍ବତନ ସରପଞ୍ଚ ତଥା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ନଗର ସଭାପତି ଜି. ଶ୍ରୀନିବାସ ରାଓ, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ବରିଷ୍ଠ ଆଇନଜୀବୀ ବାବୁ ନାହକ, ଯୁବ କଂଗ୍ରେସ ନେତା ଭବାନୀ ବେହେରା, ଚନ୍ଦ୍ର ଶେଖର ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ, ମୁନା ଦାସ୍ ପର୍ଶୁରାମ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.