ଇମ୍ପେରିଆଲ କଲେଜରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପେରିୟଲ କଲେଜ ପରିସରରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଆୟୁଷ ମଜୁମଦାର ସ୍ୱାଗତ ଭାଷଣ ଦେଇଥିଲେ । ଶେଷ ବର୍ଷ ଛାତ୍ର ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ, ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟର ମୁଖ୍ୟ ସଂଜୀବ ଅଗ୍ରୱାଲ, ଆନ୍ତର୍ଜାତିକ ମାନ୍ୟତା ପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୁବଳ ମେହେର ଏବଂ ଆଇନଶିକ୍ଷା ଓ ଗବେଷିକା ସାକ୍ଷୀ ଅଗ୍ରୱାଲ ବକ୍ତା ଭାବରେ ଯୋଗଦେଇ ସମ୍ବିଧାନ ଉପରେ ବିଶଦ ଆଲୋଚନା କରିଥିଲେ । ଇମ୍ପେରିୟଲ କଲେଜର ମୁଖ୍ୟ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶେଷରେ ହରିପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.