ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ ଦଳିତ ସେଲ ପକ୍ଷରୁ ପୁଇଁନ୍ତଲା ବ୍ଲକର ବନ୍ଧପଡା ଗ୍ରାମରେ ସମ୍ବିଧାନ ଦିବସ ସମାରୋହ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦଳିତ ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ବ୍ଲକ ଉପସଭାପତି ଜ୍ୟୋତିଷ ମୁଗ୍ରୀ, ବିଶିଷ୍ଟ ଦଳିତ ନେତା ସତ୍ୟାନନ୍ଦ ସୁନା, ଜିଲ୍ଲା କଂଗ୍ରେସ ସଂପାଦକ ଶୁଶାନ୍ତ ଷଡଙ୍ଗୀ, ଦଳିତ ସେଲ ଆବାହକ ସତ୍ୟ ନାଗ ମତାମତ ସହ ସମ୍ବିଧାନ ଦିବସର ପ୍ରଚାର ଓ ପ୍ରସାର ଉପରେ ଆଲୋକପାତ କରିଥିଲେ । ସମାରୋହ କାର୍ଯ୍ୟକ୍ରମ ପୂର୍ବରୁ ଜଳଜଡ ଗ୍ରାମରୁ ବନ୍ଧପଡା ଗ୍ରାମ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ କଂଗ୍ରେସ କର୍ମୀ ମହିଳା ଓ ପୁରୁଷ ବାବା ସାହେବ ଆମ୍ବେଦକରଙ୍କ ପୋଷ୍ଟର ଓ ବ୍ୟାନର ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଝାରୁ ଅମାତ, ଲାବନ୍ୟ କୁମ୍ଭାର, ବିରୋଧ ତାଣ୍ଡି, ଜଳ ଜାଲ, ସର୍ଜନ ମନହିରା, ଗୁଣ କାଲସାଏ, ଜନତା ନାଥ, ଝାଙ୍କର ଭଞ୍ଜା, ଉମାକାନ୍ତି ମହାନନ୍ଦ ଓ ଗୋକୁଳ କଅଁର ।

jittmm
Leave A Reply

Your email address will not be published.