ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲିରୁ ଆସିଥିବା ଡଃ. ଭିମରାଓ ଆମ୍ବଦକରଙ୍କ ସମ୍ବିଧାନ ପୁସ୍ତକକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଚଣ୍ଡୀ ମନ୍ଦିର ଠାକବଙ୍ଗଳାଠାରୁ ୨୬ନମ୍ବର ଜାତୀୟ ରାଜପଥରେ ଏକ ଶୋଭାଯାତ୍ରା ବାହାରି ସଭାସ୍ଥଳକୁ ପହଚିଂଥିଲେ । ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରାଯାଇଥିଲା । ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସଭାପତି ନିର୍ଜଳା ସାଗର ସଭାପତିତ୍ୱ କରିଥିଲେ । ଏଥିରେ ରଷ୍ଟ୍ରୀୟ ଶୋଷିତ ପରିଷଦ ରାଜ୍ୟ ସଭାପତି ତଥା ଆଇନ୍ଜୀବୀ ବିମ୍ବାଧର ବାଗ ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେ । ସେହିପରି ମୁଖ୍ୟବକ୍ତା ଡିଙ୍ଗର କୁମ୍ଭାର, ଯୁବନେତା ଆକାଶ ମିଶ୍ର, ନିହାଲ ସିଂ, ଲବ ସୁନା, ବ୍ଳକ ସଂପାଦକ ଶାସ୍ତ୍ର ନାଗ, ସୁରୁବାବୁ ନନ୍ଦ ଖଗେଶ୍ୱର କୁମ୍ଭାର, ବିନ୍ଦୁ ମଲ୍ଲୀକ, ଚନ୍ଦନ ମଲ୍ଲୀକ, ମୃତ୍ୟୁଞ୍ଜୟ କୁମ୍ଭାର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ବିଧାନ ଦିବସ ପାଳନ, ଆଇନ୍ ପ୍ରଣେତା ବାବାସାହେବ ଆମ୍ବେଦ କରଙ୍କ ଦର୍ଶନ ଚର୍ଚ୍ଚା । ଏହାର ଉଦେଶ୍ୟ ଓ ଶୋଷିତମାନଙ୍କ ଅଧିକାର ଉପରେ ଅତିଥିମାନେ ଗଭୀର ଆଲୋକପାତ କରିଥିଲେ । ଚତୁର୍ଥ ଶ୍ରେଣୀର ଛାତ୍ର ଭୋମନ କୁମାର ସାଗର ସମ୍ବିଧାନ ବିଷୟରେ ଇଂରାଜୀରେ ଅଭିଷଣ ଦେଇ ସମସ୍ତଙ୍କୁ ବିମୋହିତ କରିଦେଇଥିଲେ । ଏଥିରେ କିଛି ବରେନ୍ୟ ବ୍ୟକ୍ତି ବିଶେଷଙ୍କୁ ପୁଷ୍ଫମାଲ୍ୟ ଓ ଉପଢେ଼øକନ ଦେଇ ସମ୍ମାନୀତ କରାଯାଇଥିଲା । ସାଲେଭଟାଠାରେ ଆସନ୍ତା ୧ବର୍ଷ ମଧ୍ୟରେ ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକରଙ୍କ ଏକ ପ୍ରତିମୁର୍ତ୍ତି ସହ ଗୌତମବୁଦ୍ଧଙ୍କ ନାମରେ ଏକ ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଆଗଲପୁର ବ୍ଳକ ଜିପି ସଭାପତି ଅର୍ଜୁନ ନାଗ, ଅଚ୍ଚ୍ୟୁତ କୁମ୍ଭାର, ନାଗର ହରପାଲ, ସୁବଳ ସୁନା, ଶୁଶିଳ ସୁନା, ମଦନ ମହାନନ୍ଦ, ଅନାଦୀ ନାଗ, ପ୍ରଦୀପ ଶିକା, ଗୈତମ ନାଗ, ଲକ୍ଷ୍ମଣ ସୁନା, ଶ୍ୟାମ କୁମ୍ଭାର, ଅକ୍ଷୟ ହାରପାଲ, ଶ୍ରୀକାନ୍ତ ହରପାଲ, ରାଧାକାନ୍ତ, ପାଣ୍ଡବ କୁମ୍ଭାର, ଗୁରୁଦେବ ତାଣ୍ଡି, ଅକ୍ଷୟ ବାଗ, ଶ୍ରୀଧର ବିଭାର, ଯୁବରାଜ ନାଗ, କାଳିଆ କନ୍ଧେର, ଦାସରଥି କନ୍ଧେର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।