୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଆମ୍ବେଦକର ଛକଠାରେ ୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସମ୍ବିଧାନର ମୂଳ ପ୍ରତିଲିପିକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ଅଗ୍ରଗାମୀ ଜାଗୃତ ଯୁବକ ସଂଘର ଆବାହକ ସରୋଜ ସୁନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ପିକେଏସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଶୋଷିତ ପରିଷଦ ରାଜ୍ୟ ସଭାପତି ବିମ୍ବାଧର ବାଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଆଗାମୀ ଏକ ବର୍ଷ ଭିତରେ ସମ୍ବିଧାନ ପ୍ରଣେତା ଡଃ. ବାବା ସାହେବ ଭୀମରାଓଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ଏକ ଗୈାତମ ବୁଦ୍ଧ ପାର୍କ ପ୍ରତିଷ୍ଠା ପାଇଁ ମତ ପ୍ରକାଶ ପାଇଛି । ଲକ୍ଷେ ଘର ଗଣ୍ଡା ସମାଜ ଆଗଲପୁର ବ୍ଳକ ଅଧ୍ୟକ୍ଷ ନିର୍ଜଳା ସାଗର ସଭାପତିତ୍ୱ କରିôତବା ବେଳେ ମୁଖ୍ୟ ଅତିଥିଭାବେ ଯୁବନେତା ଆକାଶ ମିଶ୍ର, ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପ୍ରତିଷ୍ଠାତା ପ୍ରେମରାଜ ନିଆଲ ଓରଫ୍ ନିହାଲ୍ ସିଂ, ଦଳିତ ନେତା ଡିଙ୍ଗର କୁମ୍ଭାର, ମୂଳ ନିବାସୀ ଛାତ୍ର ଓ ଯୁବ ପରିଷଦ ଓଡ଼ିଶା ରାଜ୍ୟ ସଭାପତି ଚନ୍ଦନ ନାଗ ଉପସ୍ଥିତ ଥିଲେ । ଏଲ.ଡି.ଏ ଅଧକ୍ଷ ଲବ ସୁନା ମୁଖ୍ୟବକ୍ତା, ତଥା ଭୀମ ଆର୍ମି ଓଡିଶା ସାଧାରଣ ସମ୍ପାଦକ ଜଗଜୀବନ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ । ସୁପ୍ରସିଦ୍ଧ ହାସ୍ୟ ଅଭିନେତା ବିନ୍ଦୁ ତାଙ୍କ ବ୍ୟଙ୍ଗରେ ଉପସ୍ଥିତ ଶ୍ରୋତାଙ୍କୁ ହସାଇ ହସାଇ ବେଦମ୍ କରିଥିଲେ । ଦଳିତ ଚିନ୍ତକ ଦାଶରଥି କନ୍ଧେର୍ ଧନ୍ୟବାଦ ଦେଇଥିବା ବେଳେ ଅକ୍ଷୟ ବାଗ, ଶ୍ରୀକାନ୍ତ ହରପାଲ, ଯୁବରାଜ ନାଗ , ରାଧାକାନ୍ତ ହରପାଲ, ମଙ୍ଗଳ, କାଳିଆ କନ୍ଧେର୍, ଗୁରୁଦେବ ତାଣ୍ଡି, ପାଣ୍ଡବ କୁମ୍ଭାର, ଶ୍ରୀଧର ବିଭାର, ଜଗଦୀଶ କନ୍ଧେର୍ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.