oom

ଆଇନ ସଚେତନତା ଶିବିର ଏବଂ ଭାରତୀୟ ସମ୍ବିଧାନ ସପ୍ତାହ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲାଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦନଭାଟି ଠାରେ ମୌଳିକ କର୍ତ୍ତବ୍ୟ, ପୋସ୍କୋ ଆକ୍ଟ ଏବଂ ଜେଜେ(ସିପିସି) ଆକ୍ଟ ସମ୍ବନ୍ଧିୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବା ସହ ଭାରତୀୟ ସମ୍ବିଧାନ ସପ୍ତାହ ପାଳନ ହୋଇଯାଇଛି । ଏହି ଶିବିରଟି ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ଏବଂ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଥିବା ସମସ୍ତ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟରେ ପ୍ରାଧିକରଣର ସଚିବ ଶ୍ରୀ ପାତ୍ର ପ୍ରାଧିକରଣ ଦ୍ୱାରା ଯୋଗ ଦିଆଯାଉଥିବା ସମସ୍ତ ମାଗଣା ଆଇନ ସହାୟତା ସମ୍ବନ୍ଧରେ ଏବଂ ଜେଜେ (ସିପିସି) ଆକ୍ଟ ସମ୍ବନ୍ଧରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ଜେଏମ୍‌ଏଫ୍‌ସିଆଇର ପ୍ରକାଶ କୁମାର କର ଭାରତୀୟ ସମ୍ବିଧାନ ସମ୍ବନ୍ଧରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ପୋସ୍କୋ ଜଜ୍‌ ଗୋପବନ୍ଧୁ ଗଡନାୟକ ପୋସ୍କୋ ଆକ୍ଟ ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଏହାପରେ ପରିବାର ନ୍ୟାୟାଳୟର ନ୍ୟାୟାଧିଶ ବେଣୁଧର ପାତ୍ର ସମ୍ବିଧାନ ଆମୁଖ ସମ୍ବନ୍ଧରେ ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ । ଏହାପରେ ସମ୍ବିଧାନ ସପ୍ତାହ ପାଳନ ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଶ୍ରାବଣୀ ସାହୁ ପ୍ରଥମ, ସୋନାଲି ମେହେର ଦ୍ୱିତୀୟ ଏବଂ କାୟାବତୀ ଦୀପ ତୃତୀୟ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ହୋଇଥିଲେ । ପରିଶେଷରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.