oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଝାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଭାଗ ନିରୀକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ, ବରଗଡ଼ ଜିଲ୍ଲା ସହ ପ୍ରମୁଖ ମନୋଜ କୁମାର ପଣ୍ଡା, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନଙ୍କ ସମେତ ସଭାପତି ପୃଥିରାଜ ସାହୁ, ସମ୍ପାଦକ ଜନକଲାଲ ମେହେର, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି, ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ସଂସଦର ସଭ୍ୟ ବୃନ୍ଦ, ସଂକୁଳର ସମସ୍ତ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବୃନ୍ଦ, ମାତୃ ଭାରତୀର ସଭ୍ୟା ବୃନ୍ଦ ଯୋଗଦେଇ ସମର୍ଦ୍ଧିତ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ସେବାସମର୍ପଣ, କର୍ତ୍ତବ୍ୟ ନିଷ୍ଠା, ଛାତ୍ର ବତ୍ସଳତା, ସମୟାନୁବର୍ତ୍ତିତା, ଜଣେ ଦକ୍ଷ ପ୍ରଧାନ ଆଚାର୍ଯ୍ୟ, ରାଷ୍ଟ୍ର କାର୍ଯ୍ୟରେ ସହଭାଗିିତା ଇତ୍ୟାଦି ଅନେକ ସୁଗୁଣ ଗୁଡିକ ବର୍ଣ୍ଣନା କରି ତାଙ୍କର ସୁସ୍ଥ ନିରାମୟ ଜୀବନଯାପନ କାମନା କରି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମର୍ଦ୍ଧିତ ପ୍ରଧାନ ଆଚାର୍ଯ୍ୟ ଶିଶୁମାନଙ୍କୁ ନମ୍ରତା ଓ ଶୃଙ୍ଖଳା ଆଦି ସୁଗୁଣ ଗୁଡିକ ବିକଶିତ କରି ସଂସ୍କାରିତ ହେବେ ସେ ବିଷୟରେ ଉପସ୍ଥିତ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସେ ପଦ୍ମପୁର ଶିଶୁ ବିଦ୍ୟାମନ୍ଦିରରେ ଦୀର୍ଘ ୧୦ ବର୍ଷ ହେବ ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱ ତୁଳାଉଥିଲେ । ମାର୍ଗଦର୍ଶନ ବେଳେ ପରିବେଶ ଶୋକାକୁଳ ହୋଇଯାଇଥିଲା । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତ ଗୁରୁଜୀଗୁରୁମା ଓ ପରିଚାଳନା କମିଟିର ସଭ୍ୟବୃନ୍ଦ ଶୋଭାଯାତ୍ରାରେ ତାଙ୍କ ବାସଭବନରେ ଛାଡ଼ି ଆସିଥିଲେ ।

jittmm
Leave A Reply

Your email address will not be published.