oom

ବଜରଙ୍ଗଦଳର ନୂତନ ସଂଯୋଜକ ସମ୍ବର୍ଦ୍ଧିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବଜରଙ୍ଗ ଦଳ ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଟିକୁ ବନ୍‌ଛୋରଙ୍କ ନେତୃତ୍ଵରେ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ୱ ପାଇଥିବାରୁ ସତ୍ୟକେତନ ମହାନ୍ତି (କୁନୁ ମହାନ୍ତି) ଓ କିଶୋର ବିଭାରଙ୍କୁ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଦିନ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବନ୍ଧ ସମିତ ବୈଠକରେ ବଜରଙ୍ଗ ଦଳର ପ୍ରାନ୍ତ ଟୋଲିର ଘୋଷଣା ହୋଇଥିଲା । ଏହି ଟୋଲିରେ ବରଗଡ଼ରୁ ସତ୍ୟକେତନ ମହାନ୍ତି(କୁନୁ ମହାନ୍ତି) ପୁନଃ ଦାୟିତ୍ୱ ପାଇବା ସହ କିଶୋର ବିଭାରଙ୍କୁ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଶୋର ବିଭାର ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜିଲ୍ଲା ସଂଯୋଜକ ଦାୟିତ୍ୱ ତୁଲାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି । ଉକ୍ତ କାର୍ଯ୍ୟକ୍ରମରେରେ ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର, ପରମେଶ୍ଵର ପୁଟେଲ, ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର, ବିଶ୍ୱନାଥ ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସୁମିତ ଦାଶ, ପ୍ରଭାଶ ମଲ୍ଲିକ, ରାକେଶ ସାହୁ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.