ସାଂସଦ ପ୍ରଦୀପ ଓ ବିଧାୟକ ନୀହାରଙ୍କୁ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଛକ ଠାରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଓ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନୀହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ପରେ ଏକ ବିରାଟ ଶୋଭାଯାତ୍ରାରେ ଥୁଆପାଲି ଗ୍ରାମ ପରିକ୍ରମା କରିଥିଲେ । ଏହି ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ବରଗଡ ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ରଣଜିତ କୁମାର ଭୋଇ, ବିପିନ ଭୁସାଗର, ଯଶୋବନ୍ତ ସେଠ, ଜୀତେନ୍ଦ୍ର ପୋଢ, ଉପେନ୍ଦ୍ର ପୁରୋହିତ, ତାସୁ ବାବୁ ଓ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହା ପରେ ଏହି ଶୋଭାଯାତ୍ରା ଝରାପାଲି ମାର୍କେଟ, ଝରାପାଲି, ସାରସପାଲି ଆନ୍ଧ୍ରପଡା, ସାରସପାଲି, ସଂକ୍ରିଡା ଠାରେ ନବନିର୍ମିତ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଟ୍ରଷ୍ଟର ସଭାପତି ଅଶୋକ କୁମାର ବିଶିଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ପ୍ରଶାନ୍ତ ସୁଆର, ଅକ୍ଷୟ ପୁରୋହିତ, ଟୁନକା ବାବୁ, ରାଜୁ ବିଶି, ଅରବିନ୍ଦ ସୁଆର ଓ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ । ଏହା ପରେ ଲୋଇଶିରା ଗ୍ରାମକୁ ଯାଇ ମାଁ ସମଲେଶ୍ଵରୀ ମନ୍ଦିର ପୂଜାର୍ଚ୍ଚନା କରଥିଲେ । ଏହା ପରେ ଲୋଇଶିରା କଲ୍ୟାଣ ମଣ୍ଡପ ଠାରେ ଅତାବିରା ନିର୍ବାଚନ ମଣ୍ଡଳୀର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ଅମିତ କୁମାର ପଣ୍ଡା । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ, ସମ୍ମାନିତ ଅତିଥି ଭାବେ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ରାଜ୍ୟ ପ୍ରବକ୍ତା ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ଵର ଶତପଥୀ, ବରଗଡ ଜିଲ୍ଲା ସଭାପତି ଡ. ରୁପାନନ୍ଦ ସାହୁ, ଅତାବିରା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୌରୀ ଚରଣ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର । ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦିଗ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଏଥିରେ ଭେଡେନ ବ୍ଲକ ଓ ଅତାବିରା ବ୍ଲକ ସମସ୍ତ ମଣ୍ଡଳ ସଭାପତି ଓ ବିଭିନ୍ନ ପଂଚାୟତର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ପରିଶେଷରେ ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.