
ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ସଦସ୍ୟଙ୍କ ତରଫରୁ ଡାକ୍ତର ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଡ ମାନଙ୍କୁ କଲେ ସମ୍ବର୍ଦ୍ଧିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ ୧ ତାରିଖକୁ ଡକ୍ଟର୍ସ ଡେ’ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ଡେ’ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମାଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ସହରର କିଛି ଡକ୍ଟର ଓ ଚାଟାର୍ଡ ଆକାଉଣ୍ଟାଣ୍ଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଡ. ନରେନ୍ଦ୍ର ଅଗ୍ରୱାଲ, ଡ. ଘନଶ୍ୟାମ ଜୈନ, ଡ. ଲିଲାଧର ଶର୍ମା, ଚାଟାର୍ଡ ଆକାଉଣ୍ଟାଣ୍ଡ ଯମୁନା ପ୍ରସାଦ ଗୋୟଲ, ଶ୍ରୀମତୀ ସ୍ଵାତୀ ଗୋୟଲ, ରାକେଶ ଜୈନ, ସମ୍ପ୍ରିତ୍ କମାନିଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କର ଦିବସ ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କ୍ଲବର ସମ୍ପାଦକ ଆବାସ ଖାଁ, ପୂର୍ବତନ ସଭାପତି ସନ୍ତୋଷ ମହାନ୍ତି, ଲାୟନ ଦୀପକ ପୃଷ୍ଟି, କ୍ଷୀରସିନ୍ଧୁ ଦର୍ଜି, ଗୀତାଞ୍ଜଳି ମହାରଣା, ଆନନ୍ଦ ଜୈନ, ଆକାଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଲିଓ କ୍ଲବ ସଭାପତି ସ୍ୱରୂପ ମିଶ୍ର, ଲିଓ ପ୍ରତ୍ୟୁଷ ସାହୁ, ଏମ୍ଡି ସାହିଲ, ବିଜୁ ଅଗ୍ରୱାଲ, ଡ. ହସମୁଖ ଲାଲ, ଏସ୍ଡିଏମ୍ଓ ପି. କେ. ନାୟକ, ଡ. ପାଲ, ଡ. ଗୋପବନ୍ଧୁ ସାହୁ, ଡ. ଅଭିନାଶ ନେଗୀ, ଡ. ବଳରାମ ସାହୁ, ଡ. ଓଁକାର ହୋତା ଓ ସହରର ସମସ୍ତ ଡାକ୍ତରଙ୍କୁ ଭେଟି ତାଙ୍କର ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଡକ୍ଟରର୍ସ ଡେ’ର ଶୁଭେଚ୍ଛା ଜଣାଇଥିଲେ ।